ସିବିଏସ୍‌ଇ ବୋର୍ଡର ମାଟ୍ରିକ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା : ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର(ଓ୍ବାଇଏନଏସ) : ସିବିଏସ୍‌ଇ ବୋର୍ଡର ମାଟ୍ରିକ୍ ପରୀକ୍ଷାରେ ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ’ ସ୍କୁଲ୍‌କୁ ଶତପ୍ରତିଶତ ସଫଳତା ମିଳିଛି । ସିବିଏସ୍‌ଇ ବୋର୍ଡ ସ୍ୱୀକୃତି ପରେ ସ୍କୁଲର ପ୍ରଥମ ବ୍ୟାଚ୍ ମାଟ୍ରିକ୍ ୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨୨ ଜଣ ଛାତ୍ରଛାତ୍ରୀ ଫାଷ୍ଟକ୍ଲାସ୍ ସହିତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ ହୋଇଛନ୍ତି । ସେଥିରୁ ୪ ଜଣ ଛାତ୍ରଛାତ୍ରୀ ୯୬ ପ୍ରତିଶତ ମାର୍କ ରଖି ସ୍କୁଲର ଗୌରବ ବଢ଼ାଇଛନ୍ତି । ସେମାନେ ହେଲେ ବସୁନ୍ଧରା ପାଣିଗ୍ରାହୀ, ଆଦିତ୍ୟ ନାୟକ, ବରୁଣ କୁମାର ସାହୁ ଓ ଜ୍ୟୋତି ପ୍ରକାଶ ପଟନାୟକ l ସେହିପରି ଜଣେ ୯୧ ପ୍ରତିଶତ, ୩ ଜଣ ୮୬ ପ୍ରତିଶତରୁ ଅଧିକ , ୪ ଜଣ ୮୧ ପ୍ରତିଶତରୁ ଅଧିକ , ଜଣେ ୭୫ ପ୍ରତିଶତରୁ ଅଧିକ, ଜଣେ ୭୦ ପ୍ରତିଶତରୁ ଅଧିକ , ୪ ଜଣ ୬୫ ପ୍ରତିଶତରୁ ଅଧିକ , ୨ ଜଣ ୬୦ ପ୍ରତିଶତରୁ ଅଧିକ ଏବଂ ସେକେଣ୍ଡ କ୍ଲାସ୍‌ରେ ୫ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଅଧ୍ୟୟନର ଶୁଭକାଂକ୍ଷା ଜଣାଇଛନ୍ତି । ଚଳିତ ବର୍ଷ ଅନୁଷ୍ଠାନରେ ଦ୍ୱାଦଶ ବିଜ୍ଞାନ ପାଠ୍ୟକ୍ରମ ଖୋଲିବ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଚୂଡାନ୍ତ ପ୍ରସ୍ତୁତି ସରିଛି । ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଏହି ବିଦ୍ୟାଳୟ ଗୌରବ ହାସଲ କରିଥିବା ବେଳେ ଚଳିତ ବର୍ଷ ସିବିଏସ୍‌ଇ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ସହିତ ଜେଇ ଓ ନିଟ୍ ପାଠ୍ୟକ୍ରମ ପାଇଁ ସୁବିଧା ଉପଲବ୍ଧ ରହିଛି । ପରୀକ୍ଷା ଓ ନିରୀକ୍ଷା ମାଧ୍ୟମରେ ଅଭିଜ୍ଞ ଏବଂ ଉତମ ଶିକ୍ଷକମାନଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି । ସ୍ଥାନୀୟ ଅଂଚଳରେ ଏକମାତ୍ର ସ୍ୱୀକୃତିପ୍ରାପ୍ତ ସିବିଏସ୍‌ଇ ଶିକ୍ଷାନୁଷ୍ଠାନ ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବା ନିମନ୍ତେ ଓ ଅଭିଭାବକଙ୍କ ମହଲରେ ଉତ୍ସାହ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ