ରାଷ୍ଟ୍ରୀୟ ବାଲ ପୁରସ୍କାର, ୨୦୨୦ ବିଜେତାଙ୍କ ସହପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ୨୨ ଜାନୁଆରୀ, ୨୦୨୦ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଂଶଗ୍ରହଣ କରିବେ । ଭାରତର ବିଭିନ୍ନ ରାଜ୍ୟର ୪୯ଜଣ ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ଜମ୍ମୁକଶ୍ମୀର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଜଣେ ଲେଖାଏଁ ପୁରସ୍କାର ବିଜେତା ଅଛନ୍ତି । ଏହି ଶିଶୁମାନଙ୍କୁ କଳା ଓ ସଂସ୍କୃତି, ନବୋନ୍ମେଷ, ଶିକ୍ଷା, ସମାଜସେବା, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପୁରସ୍କୃତ କରାଯାଇଛି । ଭାରତ ସରକାର ଶିଶୁମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଗ୍ରହଣ କରିଛନ୍ତି । ଏହି ଉଦ୍ଦେଶ୍ୟ ଲାଗି କେନ୍ଦ୍ର ସରକାର ନବୋନ୍ମେଷ, ଶିକ୍ଷା କ୍ଷେତ୍ରରେ ଉପଲବ୍ଧି, ସମାଜସେବା, କଳା ଓ ସଂସ୍କୃତି, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ପ୍ରତିବର୍ଷ ଶିଶୁମାନଙ୍କ ଏହି ପୁରସ୍କାର ପ୍ରଦାନ କରିଥାନ୍ତି । ଏହି ଶିଶୁମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏତେ କମ ବୟସରେ ସେମାନଙ୍କ କାର୍ଯ୍ୟକୁ ଅଦ୍ଭୁତ ବୋଲି କହିଥିଲେ । ସେ କହିଥିଲେ ଯେ, ଆପଣମାନେ ଯେପରି ଭାବେ ସମାଜ ଓ ରାଷ୍ଟ୍ର ପ୍ରତି ନିଜର କର୍ତବ୍ୟକୁ ପୂରଣ କରୁଛନ୍ତି ତାହା ଦେଖି ମୁଁ ଗର୍ବିତ । ଯେତେବେଳେ ମୁଁ ଯୁବ ସାଥୀମାନଙ୍କ ସାହସ ଓ ଉପଲବ୍ଧିର କାହାଣୀ ଶୁଣୁଛି ସେଥିରୁ ମୋତେ ଅତିରିକ୍ତ ଉତ୍ସାହ ଓ କଠିନ ପରିଶ୍ରମ କରିବାର ପ୍ରେରଣା ମଧ୍ୟ ମିଳୁଛି । ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତା ଶିଶୁମାନଙ୍କୁ ତୃଣମୂଳସ୍ତରର ବାସ୍ତବିକତା ସହ ଦୃଢ଼ ଭାବେ ଯୋଡ଼ି ହୋଇ କଠିନ ପରିଶ୍ରମ କରିବାକୁ କହିଥିଲେ । ସେ କହିଥିଲେ, “ଏହି ପରିଚୟ ଆହୁରି ଅଧିକ ସଫଳତା ଅର୍ଜନ କରିବା ଦିଗରେ ପ୍ରେରଣା ସାଜିବା ଉଚିତ । ଆପଣମାନେ ଏହା ଅନୁଭବ କରିବା ଆବଶ୍ୟକ ଯେ ଏହା ଏକ ଅନ୍ତ ନୁହେଁ । ଏପରି ପୁରସ୍କାର ଆପଣଙ୍କ ସାଥୀ ଓ ଅନ୍ୟ ଶିଶୁମାନଙ୍କୁ ସଫଳତା ହାସଲ କରିବା ଲାଗି ପ୍ରେରଣା ଯୋଗାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ