ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଇନ୍ଦୁପୁର ପୁରାତନ ଛାତ୍ର ସାଂସ୍କୃତିକ ସଂସଦର ସଭାପତି ଡଃ.ଶ୍ରୀବତ୍ସଲାଞ୍ଛନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ ବେସରକାରୀ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀମାନେ ସରକାରୀ ବିଦ୍ୟାଳୟ ଗୁଡିକର ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କ ଅପେକ୍ଷା କୈାଣସି ଭାବରେ ଅଧିକ ଦକ୍ଷ ନୁହଁନ୍ତି କିନ୍ତୁ ପରୀକ୍ଷା ଫଳ ବାହାରିବା ବେଳକୁ ବେସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଠାରୁ କମ ହେଉଥିବାର ଦେଖାଯାଉଛି । ଆମକୁ ସେଥି ପାଇଁ ବିଶେଷ ଧ୍ୟାନ ଦେବାକୁ ପଡିବ । ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକ ବୈଠକରେ ଅନେକ ସରକାରୀ ସ୍କୁଲରେ ଅଭିଭାବକମାନେ ଅଧିକ ସଂଖ୍ୟାରେ ଯୋଗ ନଦେବା ଫଳରେ ଏହାର ଉଦେଶ୍ୟ ସାଧିତ ହୋଇପାରୁନି । ଆଗେ ପିତାମାତା ମାନେ ଚାହୁଁଥିଲେ ସେମାନଙ୍କ ପିଲାଟି ପାଠ ପଢି ଭଲ ମଣିଷଟିଏ ହେଉ କିନ୍ତୁ ଏବେ ପିତାମାତା ଚାହାଁନ୍ତି ସେମାନଙ୍କ ପିଲାଟି ପାଠ ପଢି ଏଟିମ ମେସିନ ହୋଇ ଟଙ୍କା ରୋଜଗାର କରୁ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ସମୟର ସଦ ବ୍ୟବହାର କରି ପାଠପଢାରେ ନିଷ୍ଠା ରଖିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡାର ୩ଟି ସ୍କୁଲ ସମେତ ଓଡିଶାର ୧୦୧ଟି ସ୍କୁଲରେ “ସ୍କୁଲ ଅଫ ଏକ୍ସିଲେନ୍ସି” ବା ସ୍ପୋକନ ଇଂରାଜୀ କୋର୍ସ ଆସନ୍ତା ଶିକ୍ଷା ବର୍ଷ ଠାରୁ ପଢାଯିବାକୁ ସରକାର ସ୍ଥିର କରିଛନ୍ତି । ବହିର ପାଠ କେବଳ ସାର୍ଟିଫିକେଟ ପାଇଁ ଏହା ଜୀବନ ପାଇଁ ଯଥେଷ୍ଟ ନୁହେଁ ବୋଲି ମନ୍ତ୍ରୀ କହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ କାରଣ ମୋବାଇଲ ସମୟକୁ ଚୋରିକରି ନେଉଛି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ଏହି ସ୍କୁର ପୁରାତନ ଛାତ୍ର ଭଲ ପାଠପଢି ସମାଜରେ ପ୍ରତିଷ୍ଠିତ ହୋଇ ଆଜି ଏଠାରେ ସମ୍ବର୍ଦ୍ଧିତ ହେବା ଭଳି ସ୍କୁଲର ପିଲାମାନେ ଭଲ ପାଠପଢି ଜୀବନରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଡଃ.ପ୍ରବାତ କୁମାର ମଲ୍ଲିକ ଓ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଓଡିଶା ବୈଷୟିକ କୃଷି ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ତାଲିମ ସଂଯୋଜକ ନିରଦ ଚରଣ ଖୁଁଟିଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଇନ୍ଦୁପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ କୁମାରୀ ଧଳ ମଧ୍ୟ ସ୍କୁଲ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଡଃ. ଭାବଗ୍ରାହୀ ବିଶ୍ୱାଳ,ଡା.ସୁରେନ୍ଦ୍ର ନାଥ ପତି ଓ ଇଂ ଅର୍ଜ୍ଜୁନ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ଡଃ.ସଂଗ୍ରାମ କେଶରୀ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ