ନାଉଗାଁରେ ତ୍ରିବେଣୀ ବୁଡ

ନାଉଗାଁ-:ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତର କୁଣ୍ଡେଶ୍ୱର ଠାରେ ପ୍ରବାହିତ ଅଳକା ନଦୀ ପଠାରେ ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ତ୍ରିବେଣୀ ବୁଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଂଚୁ ଦୋଳ ମେଳଣ ହେବା ସହିତ ଅଳକା ନଦୀରେ ଯଥାରୀତି ପୂର୍ବକ ଠାକୁରମାନଙ୍କୁ ସ୍ନାନ କରାଯାଇଥିଲା । ଠାକୁରଙ୍କ ସ୍ନାନ ପରେ ବହୁ ମାନସିକଧାରୀମାନେ ନଦୀ ପାଣିରେ ସ୍ନାନ କରିଥିଲେ । ବିଶ୍ୱାସ ରହିଛି ଏହି ଦିନ ଏଠାରେ ସ୍ନାନ କଲେ ମନସ୍କାମନା ପୁରଣ ହୋଇଥାଏ ।ସେହିପରି ଗଙ୍ଗଦା ମୌଜାରେ ଅନୁଷ୍ଠିତ ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ମଉଳା ଭଣଜା ମହାଦେବଙ୍କ ପରିସରରେ ତ୍ରିବେଣୀ ବୁଡ ଓ ହରିହର ଭେଟ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରୁ ନିକଟରୁ ପ୍ରବାହିତ ଗୋବରୀ ନଦୀରୁ ପାଣି ଆସି ଠାକୁରଙ୍କୁ ସ୍ନାନ କରାଯାଇଥିଲା । ନିକଟସ୍ଥ ଗ୍ରାମରୁ ୪ ଦୋଳ ଆସିବା ପରେ ମନ୍ଦିର ପରିସରରେ ହରିହରଙ୍କର ଭେଟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ମୁଖ୍ୟ ପୂଜକ ବିଚିତ୍ର କୁମାର ପଣ୍ଡାଙ୍କ ସହ ଅନ୍ୟ ସେବକମାନେ ପରିଚାଳନା କରିଥାନ୍ତି । ଏହି ତ୍ରିବେଣୀବୁଡ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ସମାବେଶ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ