ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ନାଉଗାଁ-:ନାଉଗାଁ ବ୍ଲକ ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଯାଇଛି । ନାଉଗାଁ ବ୍ଳକ ବିଜ୍ଞାନ କମିଟିର ସଂପାଦକ ଶିକ୍ଷକ ନିରଂଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ମେଳାକୁ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍କୁଲର ଅଧ୍ୟକ୍ଷ ଅଶୋକ ପଢିଆରୀଙ୍କ ସଭାପତିତ୍ୱରେ ଆୟୋଜତି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମହାନ୍ତି ଯୋଗ ଦେଇ ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୈଜ୍ଞାନିକ ମନୋବୃତୀରେ ଉନ୍ନତି ପରିଲକ୍ଷିତ ହୁଏ ବୋଲି କହିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥିଭାବେ ସିଆରସିସି ଫକିର ଚରଣ ସ୍ୱାଇଁ ଓ ପ୍ରଦୀପ କୁମାର ସ୍ୱାଇଁ, କ୍ଷୀରୋଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ମେଳାର ଆଭିମୂଖ୍ୟ ଉପରେ ଗୁରୁ୍‌ତ୍ୱାରୋପ କରିଥିଲେ । ଏହି ମେଳାରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୩୫ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ପ୍ରକଳ୍ପ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିବା ପ୍ରକଳ୍ପର ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶିକା ପୁଷ୍ପଲତା ଜେନା, ଟ୍ରଷ୍ଠି ଗୀତାଂଜଳି ସ୍ୱାଇଁ ପରିଚାଳନା କରୁଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ