ଟାଟା ଷ୍ଟିଲ୍ ଲିମିଟେଡ଼ ସମ୍ମାନିତ

ମୁମ୍ବାଇ, (ଏଜେନ୍ସି): ୱାର୍ଲ୍ଡ ଷ୍ଟିଲ ଆସୋସିଏସନ (ୱାର୍ଲ୍ଡ ଷ୍ଟିଲ) ଦ୍ୱାରା ଟାଟା ଷ୍ଟିଲ୍ ଲିମିଟେଡ଼ ୨୦୧୮ ଷ୍ଟିଲ ସଷ୍ଟେନେବିଲିଟି ଚମ୍ପିୟାନ ଘୋଷିତ ହୋଇଛି । ଟାଟା ଷ୍ଟିଲ୍ ୟୁରୋପ ସହ ଟାଟା ଷ୍ଟିଲ୍ ଲିମିଟେଡ଼ ଲଗାତର ଦ୍ୱିତୀୟ ଥର ପାଇଁ ୱାର୍ଲ୍ଡ ଷ୍ଟିଲ ପକ୍ଷରୁ ଚମ୍ପିୟାନ ଘୋଷିତ ହୋଇଛି । ଇସ୍ପାତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ଟାଟା ଷ୍ଟିଲ୍ର ନିରନ୍ତର ବିକାଶ ପଦକ୍ଷେପକୁ ସ୍ୱୀକୃତି ପ୍ରଦାନପୂର୍ବକ ଏହି ଚମ୍ପିୟାନ ଘୋଷଣା କରାଯାଇଛି । ଚଳିତ ମାସରେ ସ୍ପେନ୍ର ମାଦ୍ରିଦ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଷ୍ଟିଲ୍ ବୋର୍ଡ଼ ବୈଠକରେ ୨୦୧୮ ଷ୍ଟିଲ୍ ସଷ୍ଟେନେବିଲିଟି ଚମ୍ପିୟାନସିପ୍ ପାଇଁ ଯେଉଁ ୬ଟି କମ୍ପାନୀର ନାମ ସ୍ଥାନ ପାଇଥିଲା ସେଥିମଧ୍ୟରେ ଟାଟା ଷ୍ଟିଲ୍ ୟୁରୋପ ସହ ଟାଟା ଷ୍ଟିଲ୍ ଲିମିଟେଡ ମଧ୍ୟ ସ୍ଥାନିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରନ୍ତର ବିକାଶ ଉପସଭାପତି ସିବ ପଲ କହିଛନ୍ତି ଯେ ଦ୍ୱିତୀୟ ଥର ପାଇଁ ଟାଟା ଷ୍ଟିଲ୍ ଲିମିଟେଡ଼ ଷ୍ଟିଲ୍ ସଷ୍ଟେନେବିଲିଟି ଚମ୍ପିୟାନ ଭାବେ ନାମିତ ହୋଇଥିବାରୁ କମ୍ପାନୀ ଆନନ୍ଦିତ ହେବା ସହ ଅନୁପ୍ରେରିତ ହୋଇଛି । ଷ୍ଟିଲ୍ ଉତ୍ପାଦନକୁ ବିକାଶ ସହ ଯୋଡ଼ିବା ପାଇଁ ଟାଟା ଷ୍ଟିଲ୍ ସର୍ବଦା ପ୍ରତିଶ୍ରୁତିବଦ୍ଧ । ଏହି ସ୍ୱୀକୃତି କମ୍ପାନୀର ସଫଳତାର ପ୍ରତୀକ । ଭାରତର ପୁରୁଣା ଇସ୍ପାତ ଉତ୍ପାଦନ କମ୍ପାନୀ ଭାବେ ଏହା ନିରନ୍ତର ବିକାଶ ଧାରା ସହ ଯୋଡ଼ିହୋଇ ରହିଛି । ନିରନ୍ତର ବିକାଶ ପଦକ୍ଷେପରେ ଟାଟାଷ୍ଟିଲ ପରିବେଶ, ଗୋଷ୍ଠୀ ଯତ୍ନ, ସ୍ୱାସ୍ଥ୍ୟ ଓ ସୁରକ୍ଷା, ମାନବସମ୍ବଳ, ସୁରକ୍ଷିତ ଖଣି ଖନନ, ନୂତନତ୍ୱ ଓ କ୍ରୀଡ଼ାକୁ ଯୋଡ଼ିଥାଏ । ୬ଟି ମାନଦଣ୍ଡର ମୂଲ୍ୟାୟନ କରାଯାଇ ୱାର୍ଲ୍ଡ ଷ୍ଟିଲ୍ ପକ୍ଷରୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ