ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବରପଦା କପାସିଆସ୍ଥିତ ମା ସିଦ୍ଧ ଦୁର୍ଗା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୫୦ ଜଣ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଶିକ୍ଷାବିତ୍ ମୁକ୍ତିକାନ୍ତ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ କ୍ଷୀରୋଦ ରାଉତ, ସରପଞ୍ଚ ମନରଞ୍ଜନ ପୁହାଣ, ପ୍ରାକ୍ତନ ସରପଞ୍ଚ ଭିକି ମହାପାତ୍ର, ଆଇନଜୀବି ରଘୁ ମହତା ପ୍ରମୁଖ ଯୋଗ ଦେଇଥିଲେ । ଟ୍ରଷ୍ଟର ଚେୟାରମ୍ୟାନ୍ ଭରତ ବାରିକ, ସଂପାଦକ ଆର୍ତ୍ତବନ୍ଧୁ ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଜୟ କେତନ ଦାସ, ଅଜିତ୍ କୁମାର ରାୟ, ଅନୁସୂୟା ବାରିକ, ନାରାୟଣ ବାରିକ, ଭରତ ସାମଲ, ମାୟାଧର ଜେନା, ନାରାୟଣ ମିଶ୍ର, ସୁନନ୍ଦ ପରିଡା, ବସନ୍ତ ବାରିକ ସହୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ