ନାଉଗାଁ ବ୍ଲକ ବିଜୁ ଜନତା ଦଳର ନୂତନ ସଭାପତିଙ୍କୁ ସ୍ୱାଗତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବିଜୁ ଜନତା ଦଳର ସଭାପତି ପଦ ପାଇଁ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ନାଉଗାଁ ବ୍ଲକର ବିଜୁ ଜନତା ଦଳର ସଭାପତି ଭାବେ ସୁଜିତ୍ କୁମାର ମଲ୍ଲିକ ଅପ୍ରତିଦ୍ୱନ୍ଦୀ ଭାବେ ପୁର୍ଣ୍ଣବାର ନିର୍ବାଚିତ ହୋଇଛନ୍ତି । ଶ୍ରୀ ମଲ୍ଲିକ ନାଉଗାଁ ବ୍ଲକ ବିଜେଡି ସଭାପତି ଭାବେ ୨୦୧୫ ମସିହା ଠାରୁ କାର୍ଯ୍ୟକରି ଆସୁଥିଲେ । ଜଣେ ଦକ୍ଷ ସଙ୍ଗଠକ ଓ ଜନପ୍ରିୟ ଯୁବନେତା ଭାବେ ନାଉଗାଁ ଅଂଚଳରେ ତାଙ୍କର ଦକ୍ଷତା ରହିଛି । ତାଙ୍କର ଏହି ନିଯୁକ୍ତିକୁ ନାଉଗାଁ ବିଜୁ ଜନତା ଦଳ ତରଫରୁ ଅଜୟ କୁମାର ମହାନ୍ତି, ନଟବର ପ୍ରଧାନ, ବସନ୍ତ ପାଢୀ, ପ୍ରଦିପ୍ତ ସ୍ୱାଇଁ, ଯୁବସଭାପତି ପ୍ରତ୍ୟୁଷ ପରିଡା, ଛାତ୍ର ବିଜେଡି ସଭାପତି ପୃଥିରାଜ ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଆଲୋକ ରଂଜନ ମହାନ୍ତି, କୋରୁଅ ସରପଂଚ ଅରଣ୍ୟ ନାୟକ, ମହିଳା ସଭାନେତ୍ରୀ ରିତା ମହାନ୍ତିଙ୍କ ସମେତ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ନିଯୁକ୍ତି ପାଇଁ ନାଉଗାଁ ଅଂଚଳର ଜନସାଧାରଣମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିକୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳର ସଂଗଠନ ସୁଦୃଢ ହେବା ସହିତ କିପରି ନାଉଗାଁ ଅଂଚଳର ବିକାଶ କରାଯିବ ଏହା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ନବ ନିଯୁକ୍ତ ନାଉଗାଁ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ମଲ୍ଲିକ୍ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ