ଯୁବକ,ଯୁବତୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରୀ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅନ୍ତର୍ଗତ ଖମାରିସାହି ନିକଟସ୍ଥ ପାହାଡ ଉପରୁ ଶନିବାର ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକ ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ପ୍ରେମଯୁଗଳ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରିଛି । ମୃତଦେହ ଦୀର୍ଘଦିନ ଧରି ପଡିରହିଥିବା ପାରିପାଶ୍ୱିକ ସ୍ଥି୍‌ତିରୁ ଜଣାପଡୁଛି । ବନ୍ୟ ଜନ୍ତୁ ସେମାନଙ୍କୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶକୁ ଖଣ୍ଡିଆ ଖାବରା କରିଦେଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ । ଅନ୍ୟ ପଟେ ଘଟଣା ସ୍ଥଳରୁ ଆର. ଉଦୟଗିରି ପୋଲିସ ବ୍ୟାଗ ସମେତ ଲୁଗାପଟା ,ଡ୍ରେସ, ବିଷ ବୋତଲ ଜବତ କରିଛି । ମୃତଦେହ ଚିହ୍ନଟ ହେବା ପରେ ପ୍ରକୃତ ଘଟଣା ଉପରୁ ପରଦା ଉଠିବ ବୋଲି ଏସ୍‌.ଡ.ିପି.ଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ