ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ନିମାପଡ଼ା (ଜୁଗାବ୍ଦ ନ୍ୟୁଜ୍‍): ନିମାପଡା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସମୀର ରଞ୍ଜନ ଦାଶ ନିମାପଡା ବ୍ଳକର ଅରିଷଣ୍ଡ ଓ ସଲଙ୍ଗ ପଞ୍ଚାୟତରେ ଘରକୁ ଘର ବୁଲି ବିଜୁ ଜନତା ଦଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ନିଜ ଭୋଟ ବିଷୟରେ ଭୋଟରଙ୍କୁ କହିଥିଲେ । ପଞ୍ଚାୟତରେ ରୋଡ ଶୋ କରିବା ସହ ସହିତ ଆମ ସରକାର ସର୍ବଦା କାମରେ ବିଶ୍ୱାସ କରେ କଥାରେ ନୁହେଁ, ନିମାପଡା-ଗୋପ ଅଞ୍ଚଳର ବିକାଶ ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ଦାଶ କହିଥିଲେ । ଆସନ୍ତା ନିର୍ବାଚନରେ ମୋତେ ୩ୟ ଥର ପାଇଁ ନିମାପଡାର ବିଧାୟକ ଭାବେ ଶଙ୍ଖ ଚିହ୍ନରେ ଭୋଟ ଦେବା ସହିତ ସାଂସଦ ପ୍ରାର୍ଥୀନୀ ଡ.ରାଜଶ୍ରୀ ମଲ୍ଲିକଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ବିପୁଳ ବ୍ୟବଧାନରେ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ତାଙ୍କ ସହିତ ବିଜେଡି ବ୍ଳକ କାର୍ଯ୍ୟକାରୀ ସଭାପତି ଅଶୋକ ସାହୁ, ପୂର୍ବତନ ନଗରପାଳ ସନାତନ ପ୍ରଧାନ, ବିଜୟ ପଟ୍ଟନାୟକ, ନିହାର ରଞ୍ଜନ ପରିଡା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ