ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ଯାଜପୁର- ଅବସର ପ୍ରାପ୍ତ କର୍ମଚାରୀ ସଂଘ ଯାଜପୁର ଆନୁକୂଲ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଗୋଲକ ପ୍ରସାଦ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ସଭାରେ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ କହିଥିଲେ ସାଧାରଣତନ୍ତ୍ର ଦିବସରେ ଆମ୍ଭେ ସମସ୍ତେ ସମ୍ବିଧାନର ସୁରକ୍ଷା ପାଇଁ ନିଷ୍ଠାପର ଭାବରେ ଶପଥ ନେବା ଉଚିତ । ଏ କଥା ପ୍ରତ୍ୟେକ ଲୋକ ମନେରଖିବା ଉଚିତ୍ ଯେ, ଆମ ସମ୍ବିଧାନର ନିରାପତା ପ୍ରତି ଆମର ଚିରସଜାଗ ଦୃଷ୍ଟି ହିଁ ସ୍ୱାଧୀନତା ମୂଲ୍ୟବୋଧର ପ୍ରତୀକ । ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପାଠୀ କହିଥିଲେ ଗଣତନ୍ତ୍ରର ସୁରକ୍ଷା ପ୍ରତି ଆମ ସରକାର ସଦାଜାଗ୍ରତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ବୃନ୍ଦାବନ ମିଶ୍ର ପରିଚାଳନା କରିଥିଲେ । ଅଜିତ୍ ସାମନ୍ତ, ନନ୍ଦ ସାମନ୍ତ, ଳକ୍ଷ୍ମୀନାରାୟଣ ପତି, ଦେବେନ୍ଦ କୁମାର ସାହୁ, ଗୌରାଙ୍ଗ ଚରଣ ମିଶ୍ର, ଅକ୍ଷୟ କୁମାର ମିଶ୍ର, ଦେବେନ୍ଦ୍ର ନାଥ ସାହୁ, ସନ୍ତୋଷ ସ୍ୱଣ୍ଣକାର, ଶ୍ରୀମତୀ ଭଗବତୀ ସାମନ୍ତ, ରାଜକିଶୋର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମଧୁସୂଦନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ