କାର୍ ଦୁର୍ଘଟଣା ଗ୍ରସ୍ତ, ବ୍ଲକ କର୍ମଚାରୀ ମୃତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଂଜ ଜିଲ୍ଲା   ରାଇରଙ୍ଗପୁର-ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଟାଉନ ଥାନା ଠାରୁ ୩ କିମି ଦୂର ରାସ୍ତା ପାଖ ବିଦ୍ୟୁତ୍ ଖୁଣ୍ଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ରକ୍ତ ଜୁଡୁବୁଡୁ ଚାଳକ ଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ନାମ ଦାକ୍ଷିଣ ହାଁସଦା (୪୦) ।ଘର -ବହଳଦା ବ୍ଲକର ବ୍ରାହ୍ମଣ ବୋଷ ।ସେ ବିଜାତଳା ବ୍ଲକର କାର୍ଯ୍ଯରତ ଡାଟା ଅପେରେଟିଂ ଅପରେଟର ।ଆଜି ଜନରାଜ୍ୟ ଦିବସର ବ୍ଲକରୁ ଘରକୁ ଫେରୁଥିବା ସମୟରେ ସାମ୍ନା ପଟରୁ ଏକ ବଳଦ ଆସି ଯାଇଥିଲା ।ବଳଦକୁ ରକ୍ଷା କରିବାକୁ ଯାଇ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା,ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ମୁର୍ମୁ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଶେଷ ଦର୍ଶନ କରିବା ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ