ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସହାୟତା

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍‌) : ଗ୍ରାମମୁହାଁ ହେଉଛି ହାତୀପଲ୍ଲ । ଗ୍ରାମରେ ପଶି ବହୁ ଧାନ ଫସଲ ଖାଇବା ସହ ଧନଜୀବନ ନଷ୍ଟ କରୁଛି ପଲ୍ଲ । ଗ୍ରାମବାସୀ ରାତି ଉଜାଗର ରହି ହାତୀପଲ୍ଲ ଗ୍ରାମ ମୁହାଁ ହେଉଥିବା ବେଳେ ଧନଜୀବନ ନଷ୍ଟ ଭୟରେ ରାତି ଉଜାଗର ରହି ବାଣ ଫୁଟାଇ ହାତୀପଲ୍ଲକୁ ଘଇଡାଇବା ପାଇଁ ଦିନରାତି ଏକ କରିଦେଉଛନ୍ତି । ହାତୀକୁ ରାତିରେ ଆସିଥିବାରୁ ହାତୀକୁ ଘୋଉଡାଇବା ପାଇଁ ଯାଇଥିବା ଯାଜପୁର ଜିଲ୍ଲା ଧୂଳିଗଡ ପଂଚାୟତର ଧଅପଙ୍କି ଗ୍ରାମର ଜଣେ ୧୪ ବର୍ଷିୟ ବାଳକ । ବାଳକଙ୍କୁ ହାତୀ କଚାଡି ମାରିଦେବା ପରେ ପରିବାରରେ ଦୁଖର ଲହରୀ ଖେଳିଯାଇଥିବା ବେଳେ ରବିବାର ସତ୍ୟ ଜେନାଙ୍କ ବାପାଙ୍କୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ବନ ବିଭାଗ ଅଧିକାରୀ ୪୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଜନବସତି ଅଞ୍ଚଳରୁ ହାତୀକୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସୁକିନ୍ଦା ବିଧାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ