ମହାରାଜା ବାଳିକା ହାଇସ୍କୁଲ ଶତବାର୍ଷକୀ ସ୍ମରଣିକା ପାଇଁ ଲେଖା ଆବଶ୍ୟକ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) – ପାରଳା ଗଜପତି ମହାରାଜା ପରିବାର ଦ୍ୱାରା ନିର୍ମୀତ ମହାରାଜା ଉଚ୍ଚ ବାଳିକା ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳନ ପାଇଁ ବ୍ୟାପକ ଆୟୋଜନ ଚାଲିଛି । ଏହି ଅବସରରେ ଶତବାର୍ଷକୀର ସ୍ମୃତିକୁ ନେଇ ଏକ ସ୍ମରଣିକା ପ୍ରକାଶ ପାଇବାକୁ ଯାଉଛି । ଏଥିପାଇଁ ହାଇସ୍କୁଲର ପୁରାତନ ଇତିହାସ,ବିଭିନ୍ନ କିମ୍ବଦନ୍ତି କଥା ବସ୍ତୁକୁ ନେଇ ସଚିତ୍ର ଲେଖା ଏବଂ ନାରୀ ଶିକ୍ଷାର ବିକାଶ ଉପରେ ଆଧାରିତ ଲେଖା,ପ୍ରବନ୍ଧ,ପଦ୍ୟ ଆଦି ଓଡିଆ,ତେଲୁଗୁ,ହିନ୍ଦି ଓ ଇଂରାଜୀ ଭାଷାରେ ଆବଶ୍ୟକ । ଏଗୁଡିକ ୨ପୃଷ୍ଠା ମଧ୍ୟରେ ସୀମିତ ରହିବା ଆବଶ୍ୟକ ଏବଂ ଲେଖାଗୁଡିକ ଫେବୃୟାରୀ ମାସ ସେଶ ସୁଦ୍ଧା ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ,ଗୋପିନୀ ସାହି,ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ଠିକଣାରେ ପଠାଇବା ପାଇଁ ଶତବାର୍ଷକୀ ସମାବେଶ ପାଳନ କମିଟିର ଅଧ୍ୟକ୍ଷା ମିନାକ୍ଷୀ ସାହୁ,ସମ୍ପାଦିକା ଡଃ.ଭାରତୀ ପାଣିଗ୍ରାହୀ,ସ୍ମରଣିକା କମିଟିର ଅଧ୍ୟକ୍ଷା ଗିତାଞ୍ଜଳୀ ଦାସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ସୁଦର୍ଶନ ରାଓ ପ୍ରମୁଖ ଅନୁରୋଧ କରିଛନ୍ତି । ଆବଶ୍ୟକ ହେଲେ ୯୪୪୦୯୩୩୬୬୯ ଏବଂ ୯୪୩୮୪୨୯୭୩୨ ମୋବାଇଲ ନମ୍ବରରେ ଲେଖା ପଠାଇବା ପରେ ଯୋଗାଯୋଗ ମଧ୍ୟ କରିପାରିବେ ବୋଲି ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ