ଆରମ୍ଭ ହେଲା ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ସେବା

ଝାରସୁଗୁଡ଼ା :- ସୋମବାର ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳର ଶୁଭାରମ୍ଭ ହୋଇଛି । ଏଲାଏନ୍ସ ଏୟାର ବିମାନ କଲକାତା ବିମାନବନ୍ଦରରୁ ଦିନ ୧୧ଟା ୪୫ ମିନିଟରୁ ଆସି ୧ଟା ୧୫ରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହି ପରି ଭାବେ ଝାରସୁଗୁଡ଼ାରୁ ଦିନ ୧ଟା ୪୫ରୁ ଛାଡ଼ି ୩ଟା ୧୫ରେ କଲକାତାରେ ପହଞ୍ଚିବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦରର ନିର୍ବ୍ଦେଶକ ସ୍ବଦେଶ ଚୌହ୍ବାନ । କୁହାଯାଉଛି ଦିର୍ଘ ଦିନର ଆଶା ପଶ୍ଚିମ ଓଡ଼ିଶାବାସୀଙ୍କର ପୂରଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ