103 କିଲୋ ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ଙ୍କ ନିର୍ଦ୍ଧେଶକ୍ରମେ ଆର ଉଦୟଗିରି ଥାନା ଅଧିକାରୀ ଙ୍କ ତ୍ଵତବ୍ଦନ ରେ ଏସ ଆଇ ଗୁଣ୍ଠା ଓ ତାଙ୍କ ଟିମି କାନକଟ ଅଞ୍ଚଳ ରେ ପେଟ୍ରଲିଙ୍ଗ କରିବା ବେଳେ ଦୁରଙ୍ଗ ନିକଟରେ ତିନୋଟି ଜରି ବସ୍ତା କୁ ରଖି ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ଚଡ଼ାଉ କରିଥିଲା ପୋଲିସ I ପୋଲିସ କୁ ଦେଖି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଉକ୍ତ ବସ୍ତା ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜାଣି ତହସିଲଦାର ନାରାୟଣ ବେହେରା ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା 103 କିଲୋ 4ଶହ ଗ୍ରାମହୋଇଥିଲା I ଉକ୍ତ ଗଞ୍ଜେଇ ଚୁରା ଚାଲାଣ ରେ ସଂପୃକ୍ତ ଥିବା ମାଣିକ ଗୌଡ କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି I


