ନାଗରିକତା ସଂଶୋଧନ ଆଇନ ସଂପର୍କୀତ ବୁଦ୍ଧିଜୀବି ସମ୍ମିଳନୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ) : ରବିବାର ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାଗରିକତା ସଂଶୋଧନ ଆଇନ-୨୦୧୯ ସଂପର୍କୀତ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ବଦ୍ରୀ ନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଭଦ୍ରକ ସଂସଦୀୟ କ୍ଷେତ୍ର ଯୁବ ନେତା ଅଭିମନ୍ୟୁ ସେଠୀ, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ସାହିତ୍ୟିକ ଅରୁଣଦ୍ୱୟ ଖିଲାର, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସହସଂଯୋଜକ ବନମାଳୀ ଜେନା ପ୍ରମୁଖ ଯୋଗ ଦେଇ ନାଗରିକତା ସଂଶୋଧନ ଆଇନ କଣ, ମୁସଲମାନ ମାନଙ୍କୁ କାହିଁକି ଏଥିରୁ ବାହାରେ ରଖାଗଲା, ଏହି ଆଇନ ପୂର୍ବୋତ୍ତର ରାଜ୍ୟରେ ଲାଗୁ ହେବ କି, ନାଗରିକତା ଆଇନ ୧୯୫୫ ଅନୁସାରେ ଅନୁପ୍ରବେଶକାରୀ କିଏ ଏବଂ ନାଗରିକ ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କାହିଁକି ହେଉଛି ସେ ସଂପର୍କରେ ମତାମତ ରଖିଥିଲେ । ବର୍ତ୍ତମାନ ମୋଦି ସରକାର ନାଗରିକତା ସଂଶୋଧନ ନିୟମ ୨୦୧୯ ସଂସଦରରେ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ପଦକ୍ଷେପ ଧର୍ମ ଆଧାରରେ ହୋଇଥିବା ବିଭାଜନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ଅତ୍ୟାଚାରିତ ହୋଇଥିବା ସେହି ପୀଡିତ ମାନଙ୍କ ମାନବାଧିକାରକୁ ସୁନିଶ୍ଚିନ୍ତ କରିବ ବୋଲି ବୁଦ୍ଧିଜୀବି ମାନେ କହିଥିଲେ । ବିଧାନସଭା କ୍ଷେତ୍ର ସହସଂଯୋଜକ ପ୍ରକାଶ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ଶୁଭେନ୍ଦ୍ର୍ର କୁମାର ମିଶ୍ର, ଜଗନ୍ନାଥ ପୁରୀଙ୍କ ସମେତ ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନବ କିଶୋର ବଳ, ଖଗେଶ୍ୱର ବେହେରା, ପଙ୍କଜିନୀ ଲେଙ୍କା, ପୂର୍ଣ୍ଣିମା ସିଂ, ରୀମା ସିଂ, ମମତା ବେହେରା, ପ୍ରଦୀପ୍ତ ବିଶ୍ୱାଳ, ଶଙ୍କର୍ଷଣ ଜେନା, ତପନ ବାରିକ, ପ୍ରଶାନ୍ତ ପୁରୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ