ବନ୍ତ ପ୍ରେସ୍ କ୍ଲବର ବାର୍ଷିକ ବୈଠକ

ବନ୍ତ,(ଯୁଗାବ୍ଦନ୍ୟୁଜ) : ସାଧାରଣତନ୍ତ୍ର ଦିବସ ଅବସରରେ ବନ୍ତ ପ୍ରେସ୍ କ୍ଲବର ବାର୍ଷିକ ବୈଠକ ବନ୍ତ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପତଞ୍ଜଳୀ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ଜ୍ଞାନଦା କରଶର୍ମା, ସନାତନ ରାଉତ, ଉମେଶ ପ୍ରସାଦ କର, ମାର୍କଣ୍ଡ ବେହେରା, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ହରେକୃଷ୍ଣ ପତି, ଅସିତ୍ କୁମାର ପତି, ପ୍ରଫୁଲ୍ଲ କୁମାର ଦାଶ, ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବାର୍ଷିକ ବିବରଣୀ ପାଠ କରାଯିବା ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ସାମ୍ବାଦିକ ମାନେ ନିରପେକ୍ଷ ଭାବେ ଖବର ପରିବେଷଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିସହ ଖବର ସଂଗ୍ରହ ବେଳେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସେମାନଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ବିଲ୍ ଆଣିବାକୁ ଦାବୀ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ