ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରଞ୍ଜନ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ସେବା ସମବାୟ ସମିତିର ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଆଇନଜୀବି ଅଣାକାର ମଲ୍ଲିକ, ନାଏବ ସରପଞ୍ଚ ସୁଭଦ୍ରା ଦାସ, ୱାର୍ଡ ସଭ୍ୟ ଆଦିକନ୍ଦ ସେଠୀ ଯୋଗ ଦେଇ ୧୮ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ଶୋଭାରାଣୀ ଦାସଙ୍କ ତତ୍ତ୍ୱାବଧାନରେ ଦୌଡ, ଦୌଡଡିଆଁ, ମ୍ୟୁଜିକ୍ ଚେୟାର, ନୃତ୍ୟ, ଗୀତ, ସାଇକେଲ ରେସ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସୁକାନ୍ତୀ ବିଶ୍ୱାଳ, ପ୍ରତିମା ଭୂୟାଁ, ବିଶ୍ୱନାଥ ନାୟକ, ମଞ୍ଜୁଶ୍ରୀ ଜେନା, ନିବେଦିତା ଘଡାଇ କ୍ରୀଡା ପରିଚାଳନା କରିଥିଲେ । କ୍ରୀଡା ପ୍ରତିଯୋଗିତାରେ ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ