ନାଉଗାଁ ବ୍ଳକରେ ସାଧାରଣତନ୍ତ୍ର ଦିବସ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଉଗାଁ ବ୍ଳକ କାର୍ଯ୍ୟାଳୟରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ନାଉଗାଁ ଥାନାରେ ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ବର କର, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି, ନାଉଗାଁ ପଶୁ ଚିକିତ୍ସାଳୟରେ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ପଣ୍ଡା, ସିଡିପିଓଙ୍କ କାର୍ଯ୍ୟାଳୟରେ ସିଡିପିଓ ରାସେଶ୍ୱରୀ ମହାନ୍ତି, ଇନ୍ଦିରାଗାନ୍ଧି ପ୍ରତିମୂର୍ତି ନିକଟରେ ଜିଲ୍ଲା କଂଗ୍ରେସ ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ବ୍ଳକ ବିଜେଡି କାର୍ଯ୍ୟାଳୟରେ ସଭାପତି ସୁଜିତ ମଲ୍ଲିକ, ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଳକ ସଭାପତି ନିରଞନ ବେହୁରା, ନାଉଗାଁ ବିଜେପିର ତପନ ପଣ୍ଡା, ତିରୁଣା ପଂଚାୟତ କଂଗ୍ରେସ କାର୍ଯ୍ୟାଳୟରେ ବିଚିତ୍ରାନନ୍ଦ ଲେଙ୍କା,ଗଂଗଦାହାଟ ବିଜୁ ପଟ୍ଟନାୟକ ଛକରେ ବିଜେଡି ନେତା ପ୍ରଫୁଲ ଲେଙ୍କା,  ନାଉଗାଁହାଟ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଭୋଳ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନ, ଶ୍ରୀ ମଉଳାଭଣଜା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଧିକାରୀ ଲେଙ୍କା, କୋରୁଅ ପଂଚାୟତର ସରପଂଚ ଅରଣ୍ୟ ନାୟକ, ଡେରିକି ପଂଚାୟତରେ ସରପଂଚ ତୁଳସୀ ସ୍ୱାଇଁ, ଘୋଡାଂଶ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ତନୁଲତା ବାରିକ, ବାଂଶ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସନ୍ତୋଷ ଦାସ,ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭରତ ଜେନା, ଡେରିକିସ୍ଥିତ ମା ସରସ୍ୱତୀ ଶିଶୁମନ୍ଦିର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶାଳିଜଙ୍ଗା ଓ ତିହୁଡା, ଉତ୍କଳମଣୀ ଶିଶୁଶିକ୍ଷା ମନ୍ଦିର ନାଉଗାଁ, ଭଟଣାସ୍ଥିତ ଉର୍ମିଲୋଚନ ପାଠାଗାର, ସମସ୍ତ ପଂଚାୟତ କାର୍ଯ୍ୟାଳୟରେ ପଂଚାୟତ ପ୍ରତିନିଧିମାନେ ପତାକା ଉତୋଳନ କରିଥିବା ବେଳେ ବ୍ଳକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ସମସ୍ତ ଡାକ କାର୍ଯ୍ୟାଳୟ, ଆରଇ କାର୍ଯ୍ୟାଳୟ, ସେବା ସମିତି କାର୍ଯ୍ୟାଳୟଙ୍କ ସମେତ ସମସ୍ତ କ୍ଲବ ଆଦିରେ ପତାକା ଉତୋଳନ କରାଯାଇଥିଲା । ସେହିପରି ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲରେ ସ୍କୁଲର ଅଧ୍ୟକ୍ଷ ଅଶୋକ ପଢିଆରୀ ପତାକା ଉତୋଳନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତ ମାତା, ରାଣୀଲକ୍ଷ୍ମୀ ବାଇ, ସୁବାଷ ଚନ୍ଦ୍ର ବୋଷ ଆଦି ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟ ପରିସରରରୁ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଧ୍ୟକ୍ଷା ପୁଷ୍ପଲତା ଜେନାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ