ବାଲେଶ୍ୱରକୁ ହରାଇ ଚରମ୍ପା ଏକାଡେମୀ ଭଦ୍ରକ ଚମ୍ପିୟନ 

ହାଟଡ଼ିହି, – କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଟୁକୁଣା ବିବେକାନନ୍ଦ ଷ୍ଟାଡ଼ିୟମରେ ଟୁକୁଣା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚରମ୍ପା ଏକାଡେମୀ ଭଦ୍ରକ ବାଲେଶ୍ୱରର ୟୁଏଣ୍ଡ ମିକୁ ୭ଉଇକେଟରେ ପରାସ୍ତ କରି ଚମ୍ପିୟନ ହୋଇଛି । ଆଜିର ଏହି ଫାଇନାଲ ମ୍ୟାଚରେ ବାଲେଶ୍ୱରର ୟୁଏଣ୍ଡ ମି କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୦୮ରନ ସଂଗ୍ରହ କରିଥିଲା । ଦଳର ପକ୍ଷରୁ ରୋନାଲଡ ଦାସ ସର୍ବାଧିକ ୨୬ବଲରେ ୪୦ରନ କରିଥିଲେ । ଚରମ୍ପା ଏକାଡେମୀ ଭଦ୍ରକର ହରେକୃଷ୍ଣ ବାରିକ ୪ଓଭରରେ ୨୭ରନ ଦେଇ ୩ଟି ଓ ରାଜେଶ ବଳ ୪ଓଭରରେ ୧୪ରନ ଦେଇ ୩ଟି ଉଇକେଟ ଅନ୍ତିଆର କରିଥିଲେ । ୧୦୯ରନର ବିଜୟ ଲକ୍ଷନେଇ ଦ୍ୱିତୀୟରେ ପଡିଆକୁ ଓହ୍ଲାଇଥିବା ଚରମ୍ପା ଏକାଡେମୀ ଭଦ୍ରକ ୧୪.୪ଓଭରରେ ୩ଉଇକେଟ ହରାଇ ୧୧୧ରନ ସଂଗ୍ରହ କରିନେଇ ୭ଉଇକେଟରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଏସ.କେ. ସାବୁଦିନ ସର୍ବାଧିକ ୩୪ବଲରେ ୫୧ରନ ସଂଗ୍ରହ କରିଥିଲେ । ଶାନ୍ତନୁ କୁମାର ରାଉତ ଓ ସଞ୍ଜିବ କୁମାର ବେହେରା ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ଶେଖର ମହାନ୍ତି, ସୁକାନ୍ତ କୁମାର ବେହେରା ଓ ତପନ ମଜମୁଦାର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବଡରମ୍ପାସ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବଳରାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିବାବେଳେ ଭଦ୍ରକ ଚରମ୍ପା ଏକାଡେମୀର ଏସ.କେ. ସାବୁଦିନ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଭଗବାନ ନାୟକ, ପଦ୍ମନାଭ ସାମଲ, ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ସାହୁ, ଘନଶ୍ୟାମ ବେହେରା, ପୁର୍ଣ୍ଣଚନ୍ଦ୍ର ଶଙ୍ଖୁଆ, ସୁଧାଶୁଂ ବିଶ୍ୱାଳ, ନବଘନ ନାୟକ, ଅମରେଶ ଧଳ, ପ୍ରଶାନ୍ତ ଜେନା, ଲାଲୁ ପ୍ରସାଦ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ହଜାର ଦର୍ଶକ ଆଜିର ଖେଳକୁ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ