ଅସ୍ଥାୟୀ ଭାବେ ବିଲେଇପଦା ଫାଣ୍ଡି ସ୍ଥାନାନ୍ତର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ଅଧିନରେ ଥିବା ବିଲେଇପଦା ଫାଣ୍ଡିକୁ ଅସ୍ଥାୟୀ ଭାବେ ନିକଟସ୍ଥ ଏକ କମ୍ୟୁନିଟ୍ ସେନ୍ଟରକୁ ସ୍ଥାନାନ୍ତର କରାଯାଇଛି । ଖବରରୁ ଜଣାପଡିଛି ଯେ, ୫୨୦ନଂ ଜାତୀୟ ରାଜପଥ କଡରେ ଏହି ଫାଣ୍ଡିଟି ଅବସ୍ଥିତ ଥିଲା । ଜାତୀୟ ରାଜପଥର ସଂପ୍ରସାରଣ ହେତୁ ଉକ୍ତ ଫାଣ୍ଡିକୁ ସୋମବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବିଲେଇପଦା ନିକଟରେ ଥିବା କମ୍ୟୁନିଟ୍ ସେନ୍ଟରକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯାଇଛି । ବଡବିଲ୍ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ, ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ପ୍ରମୁଖଙ୍କ ଉପସ୍ଥିତିରେ କମ୍ୟୁନିଟ୍ ସେନ୍ଟରରେ ଗୃହ ପ୍ରବେଶ ପୂଜାର୍ଚ୍ଚନା କରି ଫାଣ୍ଡି କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ