୭୧ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ

ମୟୁରଭଞ୍ଜ ଜିଲ୍ଲାର କଚେରୀପଡିଆ ଠାରେ୭୧ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ୨୬.୦୧.୨୦୨୦ତାରିଖ ସକାଳ୮.୩୦ମିନିଟ ସମୟରେ ରାଇରଙ୍ଗପୁର କଚେରୀପଡିଆ ଠାରେ ଦିବସ ର ମୁଖ୍ୟ ଅତିଥି ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଧମାନନ୍ଦ ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପେରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ।ତାପରେ ଉପଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଆଜି ର ଏହି ଶିଶୁ ହେଉଛନ୍ତି କାଲିର ଭବିଷ୍ୟତ ବୋଲି।ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବହୁ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।ସେହି ପ୍ରତିଯୋଗିତାରେ କୁତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିବସ ରେ ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ।ଏବଂ ଏହି ସାଧାରଣତନ୍ତ୍ର ଦିବସ ଅବସରରେ ମହିଳା ମାନଙ୍କୁ ନେଇ ଗୋଟିଏ ଆକର୍ଷଣୀୟ ପୁଷ୍ପପ୍ରଦର୍ଶନୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସାଧାରଣତନ୍ତ୍ର ଦିବସ ଅବସରରେ କଚେରୀପଡିଆ ଠାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ମିଳିତ ପେରେଡ଼ ଅନୁଷ୍ଠିତ ହୋଇଯାଇଥିଲା।ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ସଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ-ସରସ୍ବତୀଶିଶୁ ବିଦ୍ୟା ମନ୍ଦିର।ପୁଷ୍ପପ୍ରଦର୍ଶନୀ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି-ଉପଖଣ୍ଡ ଚିକିତ୍ସାଳୟରାଇରଙ୍ଗପୁର, ଦ୍ୱିତୀୟ ହେଲେ କେରଳା ପବ୍ଲିକ ସ୍କୁଲ।ମିଳିତ ପେରେଡ଼ ପ୍ରଥମ, ଦ୍ୱିତୀୟଓ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍କୁଲ ର ଛାତ୍ରଛାତ୍ରୀମାନଙ୍କୁ ଉପଜିଲ୍ଲାପାଳ କପ ଓ ସିଲଡ଼ ପ୍ରଦାନ କରିଥିଲେ।ଏଥିସହିତ ଆଜି ରାଇରଙ୍ଗପୁର ଜଳସେଚନ ବିଭାଗ ତରଫରୁ ମଧ୍ୟ ସାଧାରଣତନ୍ତ୍ର ଦିବସ ଅବସରରେ ରାଇରଙ୍ଗପୁର ଜଳସେଚନ ଅଫିସ କାର୍ୟ୍ଯଳୟ ପରିସରରେ ଅଫିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଅଜୟ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତାଙ୍କ ଅଭିଭାଷଣ ରେ କହିଥିଲେ କିପରି ଲୋକ ମାନଙ୍କ ପାଖକୁ ଆମେ କେନାଲ ଦ୍ୱାରା ପାଣି କିପରି ଚାଷ ଜମିକୁ ପହଞ୍ଚିବ ସେଥିପ୍ରତି ତାଙ୍କ ଅଫିସର ସମସ୍ତ କର୍ମଚାରୀ ମାନଙ୍କୁ କହିଥିଲେ ଏବଂ ଆଜି ଆମେ ଏହି ସାଧାରଣତନ୍ତ୍ର ଦିବସରେ ସମସ୍ତ ଅଫିସର କର୍ମଚାରୀ ମାନେ ମିଶି ଶପଥ ନେବା କେମିତି ସମସ୍ତ ଚାଷୀ ଭାଇ ମାନଙ୍କ ଚାଷ ଜମିକୁ ପାଣି ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ବୋଲି କହିଥିଲେ।ଏହି ସାଧାରଣତନ୍ତ୍ର ଦିବସ ମିଳିତ ପେରେଡ଼ ରେ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ସହଯୋଗ କରିଥିଲେ।ଏହି ସାଧାରଣତନ୍ତ୍ର ଦିବସ ଅବସରରେ ମଞ୍ଚକୁ ପରିଚାଳନା କରିଥିଲେ ରାଇରଙ୍ଗପୁର ହାଇସ୍କୁଲର ଶିକ୍ଷକ ରଞ୍ଜନ କୁମାର ନନ୍ଦ ଓ ଶେଷରେ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ