ଅଟା କିଲୋ ୮୦, ରୁଟି ପଟକୁ ୧୨ ଟଙ୍କା

ଇସଲାମବାଦ: ପାକିସ୍ତାନରେ ଏବେ ଅଟା କିଲୋ ସର୍ବକାଳୀନ ରେକର୍ଡ ଭଙ୍ଗ କରି ୮୦ ଟଙ୍କାରେ ପହଞ୍ଚିଛି । ଅଟା ଦର ବୃଦ୍ଧି ଯୋଗୁଁ ବିଭିନ୍ନ ହୋଟେଲରେ ରୁଟି ଖଣ୍ଡ ୧୨ ଟଙ୍କାରେ ବିକ୍ରି ହେଉଛି । ଦେଶର ବେଲୁଚିସ୍ଥାନ, ସିନ୍ଧ, ପଞ୍ଜାବ ଓ ଖାଇବର ପାଖତୁନ ପ୍ରଦେଶରେ ଜନସାଧାରଣଙ୍କ ମୁଖ୍ୟ ଖାଦ୍ୟ ହେଉଛି ରୁଟି, ଚପାତି ଓ ନାନ୍ । ଅଟାର ଦର ଅହେତୁକ ବୃଦ୍ଧି ଯୋଗୁଁ ଏହି ସବୁ ପ୍ରଦେଶର ଲୋକେ ଏବେ ଭାତ ଖାଇବାକୁ ବାଧ୍ୟ ହେଉଛନ୍ତି । ହେଲେ ପାକିସ୍ତାନ ସରକାର କହୁଛନ୍ତି, ଡିସେମ୍ବର ଓ ଜାନୁଆରୀ ମାସରେ ଲୋକମାନେ ଅଧିକ ରୁଟି ଖାଉଥିବାରୁ ଅଟା ଦର ବଢ଼ିଛି । ସୂଚନା ଯୋଗ୍ୟ ଗତ ମାସରେ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ଦେଶର ପରିବହନ କର୍ମଚାରୀମାନେ ବିକ୍ଷୋଭ କରିଥିଲେ । ଏହା ଯୋଗୁଁ ଅଟା ଓ ଗହମ ଆମଦାନୀ ବାଧାପ୍ରାପ୍ତ ହୋଇଥିଲା । ଏହା ବ୍ୟତୀତ ପାକିସ୍ତାନର ୨ ଗହମ ଉତ୍ପାଦନକାରୀ ପଞ୍ଜାବ ଓ ଖାଇବର ପାଖତୁନ ପ୍ରଦେଶର ସରକାର ପରସ୍ପର ବିରୋଧୀ ଆଭିମୁଖ୍ୟ ଯୋଗୁଁ ଅଟା ଯୋଗାଣ ବାଧା ପ୍ରାପ୍ତ ହୋଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ