ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାଗୁଡ଼ିକ ଆଜିଠାରୁ ୪ ଦିନ ପାଇଁ ବନ୍ଦ ରହିବ । ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଜାନୁଆରୀ ୩୧ରୁ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି । ଏଥିସହ ବସନ୍ତ ପଞ୍ଚମୀ ଉପଲକ୍ଷେ ଆଜି ସରକାରୀ ଛୁଟି ଥିବା ବେଳେ ଫେବୃୟାରୀ ୨ ରବିବାର ପଡୁଛି । ଏଣୁ ଗୁରୁବାରଠାରୁ ଲଗାତର ୪ ଦିନ ପାଇଁ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ ।
ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ଅଧୀନରେ ଦେଶର ୯ଟି ପ୍ରମୁଖ ବ୍ୟାଙ୍କ ସଂଘ ୨୦ ପ୍ରତିଶତ ବେତନ ବୃଦ୍ଧି, ୫ ଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ, ମୌଳିକ ବେତନରେ ସ୍ୱତନ୍ତ୍ର ଭତ୍ତାର ମିଶ୍ରଣ, ସ୍ୱତନ୍ତ୍ର ପେନସନ ସ୍କିମ ଭଳି ୧୨ଟି ଦାବି ନେଇ ଧର୍ମଘଟ ଡାକରା ଦେଇଛନ୍ତି । ଆଜି ଏବଂ ଫେବ୍ରୁଆରୀ ୧ ଏହି ଧର୍ମଘଟ ଚାଲିବ । ଏଥିରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବେ । ସୂଚନା ଥାଉ କି, ୟୁଏଫବିୟୁ ହେଉଛି ଏଆଇବିଇଏ, ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି, ଏନଓବିଡବଲ୍ୟୁ ଓ ଏନଓବିଓ ଭଳି ୯ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଘର ମହାସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ