ସରସ୍ଵତୀ ଶିଶୁ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାରୟଣ

ତ୍ରପୁର, (ଭୁବନେଶ୍ବର):ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ୧୦୮ ହନୁମାନ ଚାଳିଶା ପାରାୟଣ ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନାଚ଼ାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ପୌରହିତରେ ସଂସ୍କୃତ ପଣ୍ଡିତ ମନୋରଞ୍ଜନ ଦାଶ ଓ କୈଳାଶ ଚନ୍ଦ୍ର ଶତପଥି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସନ୍ଥ ଅନୁରାଗ ଚୈତନ୍ଯ, ସହରର  ମାନ୍ୟଗଣ୍ୟ ବ୍ୟକ୍ତି  ଆଡଭୋକେଟ ପ୍ରଦୀପ କୁମାର ପାଢ଼ୀ ,ଗଙ୍ଗାଧର ପଣ୍ଡା ,ଉମାକାନ୍ତ ତ୍ରିପାଠୀ, ଡଃ ଅଜୟ ତ୍ରିପାଠୀ, ବୁଦ୍ଧିଜୀବି, ଶୁଭେଛୁ, ସାମ୍ବାଦିକ, ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ । ପରିଚାଳନା ସମିତିର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ସମେତ ସଦସ୍ୟ ରାମପ୍ରସାଦ ରାଓ ଓ ମାତୃଭାରତୀର ସଦସ୍ୟମାନେ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା,ଅଭିଭାବକ ଓ ଶିଶୁମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ