ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮କଳସ ଯାତ୍ରା

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ନବନିର୍ମିତ  ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ରେ ଆଜି ୧୦୮କଳସ ଯାତ୍ରା କରାଯାଇଛି । ହନୁମାନ ଜଙ୍ଗସନରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ମିଳିତରେ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶୁଭାରମ୍ଭ କରାଯାଇଛି ।ଏଅବସରରେ ଗ୍ରାମର ମହିଳା ମାନଙ୍କୁ ନେଇ ୧୦୮କଳସରେ ନାଗାବଳୀ ଓ କଲ୍ୟାଣି ନଦୀ ସଙ୍ଗମ ସ୍ଥଳରେ ପୂଜାକ ଅନନ୍ତ ରଥଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଗଙ୍ଗା ଆବାହନ କରି ନଗର ପରିକ୍ରମା କରିବା ପରେ ପୂଜାମଣ୍ଡପ ବା ଯଜ୍ଞଶାଳରେ ସ୍ଥାପନ କରିଥିଲେ ।ଜୟ ଶ୍ରୀ ରାମ ,ଜୟ ବୀର ହନୁମାନ ନାରାରେ କଲ୍ୟାଣସିଂହପୁର ପ୍ରକମ୍ପିତ ହୋଇଉଠିଥିଲା ।ଅତ୍ୟଧିକ ଖରା ହେଉଥିବା ଯୋଗୁଁ  କମିଟି ତରଫରୁ   କଳସ ଯାତ୍ରା ସମୟରେ ପାଣି ସିଞ୍ଚନ କରୁଥିବା ଦେଖିବାକୁ ମିଳିଛି ।  ୧୧ତାରିଖ ରବିବାର ଅପରାହ୍ନ ରେ ମଙ୍ଗଳା ରୋପଣ, ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କରାଯାଇଥିବା ବେଳେ ଆଜି ୧୨ତାରିଖ ସୋମବାର ରେ କଳସ ଯାତ୍ରା ,ଭୁମାତା ପୂଜା, ଗୋ ପୂଜା, ସୂର୍ଯ୍ୟ ପୂଜା, ଶାଳାଧିଷ୍ଠ, ମଣ୍ଡଳାଦି ଦେବତା ପୂଜା, କୁଣ୍ଡ ସଂସ୍କାର କରାଯିବ । ୧୩ତାରିଖ ମଙ୍ଗଳବାରରେ କାରୁଶାଳା, ବିଧାନ, ଧାନ୍ୟାଦିବାସ,ବିଗ୍ରହ ଙ୍କ ମହାସ୍ନାନ ପରେ ରତ୍ନମୁଦ ସ୍ଥାପନ ଓ ବିଗ୍ରହ ଙ୍କ ଜୀବନ୍ୟାସ ଦିଆଯିବ ।୧୪ତାରିଖ ବୁଧବାର ରେ ଶ୍ରୀ ହନୁମାଙ୍କ ରତ୍ନ ସିଂହାସନ ବିଜେ, ହୋମ ପୂର୍ଣ୍ଣାହୁତି, ଆଳତି ,ପୁଷ୍ପାଞ୍ଜଳି କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ଏହି ଅବସରରେ ଭକ୍ତଙ୍କ ନିମନ୍ତେ ତିନିଦିନ ଧରି  ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସେହି କାର୍ଯ୍ୟକ୍ରମ ରେ ସମସ୍ତ ହନୁମାନ ଭକ୍ତ  ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ପ୍ରଭୁକୃପା ଲାଭ କରିବା ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ