ନାଉଗାଁର ବେଣାପଡା ଗ୍ରାମରେ ୧୦ ଦୋଳ ମେଲଣ ଉତ୍ସବ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ: ବ୍ଲକ ଅନ୍ତର୍ଗତ ବେଣାପଡା ଗ୍ରାମରେ ୧୦ ଦୋଳ ମେଳନ ମା’ବୁଢ଼ୀଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳରୁ ୧୦ ଦୋଳ ବିମାନ  ଯଥା ତ୍ରିଲୋଚନେଶ୍ୱ ରାଜା ଓ ନାଗା , ଗରାମ ର ବାସୁଦେବ ଓ ଜଗନ୍ନାଥ , ବାଜପୁର ର ବ୍ରଜମୋହନ, ବୁଦ୍ଧିସାହିର ରଘୁନାଥ ,ଚଁଅରପୁର ର ଆଣ୍ଠୁଆ , କୋଳଥପାଟଣାର କୁଞ୍ଜବିହାରୀ , ନେତପୁରର  ବନବିହାରୀ , ମୁଣ୍ଡାଳର ବନବିହାରୀ , ବାଜା ରୋଷଣୀରେ ଆସି ଉକ୍ତ ସ୍ଥାନରେ ଏକତ୍ରିତ ହୁଅନ୍ତି |  ସୁସର୍ଜିତ ଦୋଳ ବିମାନରେ ଗୌଡିୟ ବୈଷ୍ଣବ ସମ୍ପ୍ରଦାୟ ତଥା ଓଡିଶାର ଜନସାଧାରଣଙ୍କ ପାଇଁ ଏହି ପର୍ବ ବହୁ ଗୁରୁତ୍ୱ ଆରୋପ କରେ  | ଏହି କାର୍ଯ୍ୟକ୍ରମକୁ ଗ୍ରାମର ସଭାପତି ନବକିଶୋର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଫନୀନ୍ଦ୍ର ମଲ୍ଲିକ,ସୁଜିତ ମଲ୍ଲିକ,ରାଧାଶ୍ୟାମ ବାରିକ,ବ୍ରଜବନ୍ଧୁ ନାୟକ, ଚିତ୍ତରଞ୍ଜନ ମହାପାତ୍ର , ତ୍ରିନାଥ ମହାନ୍ତି , ନଗେନ୍ଦ୍ର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ |  ଉକ୍ତ ଉତ୍ସବକୁ ଦେଖିବା ପାଇଁ ଆଖପାଖରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ