11 ବର୍ଷ ରୁ ଉର୍ଦ୍ଧ ହେବ ବନ୍ଦ ପଡ଼ି ରହିଛି ସରକାରି ଗାଡ଼ି କିନ୍ତୁ ବିଲ୍ ଉଠୁଛି

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ଥିବା କୃଷି ଉଦ୍ୟାନ କାର୍ଯ୍ୟାଳୟ ରେ ଥିବା ସରକାରି ଗାଡ଼ି ୧୧ ବର୍ଷ ରୁ ଉର୍ଦ୍ଧ ହେବ ବନ୍ଦ ପଡ଼ି ରହିଛି କିନ୍ତୁ ଏହି ଗାଡ଼ିରେ ହିଁ ବିଲ୍ ଉଠୁଛି।ରାଇରଙ୍ଗପୁର ଉପଖଣ୍ଡରେ ଥିବା କୃଷି ଉଦ୍ୟାନ କାର୍ଯ୍ୟାଳୟ ରେ ସରକାରି ଗାଡ଼ି ନମ୍ବର ଓଆର-02ଏଫ -1002 ଦୀର୍ଘ ବର୍ଷ ହେବ ବନ୍ଦ ପଡ଼ି ରହିଛି। ଗାଡ଼ି ଟି ସମ୍ପୁର୍ଣ୍ଣ ଅଚଳ ଅବସ୍ଥାରେ ପଡ଼ି ରହୁଛି ଅଫିସ୍ ସମ୍ମୁଖରେ। ସବୁଠୁ ଆଶ୍ଚର୍ଯ୍ୟ ର କଥା ଗାଡ଼ି ଟି ଅଚଳ ଅବସ୍ଥାରେ ରହି ମଧ୍ୟ ହଜାର ହଜାର ଟଙ୍କା ର ବିଲ୍ ଉଠୁଛି ପେଟ୍ରୋଲ ପମ୍ପ ରୁ। ଗାଡ଼ି ଟି ସମ୍ପୁର୍ଣ୍ଣ କଳଙ୍କି ଖାଇ ପଡ଼ି ରହିଛି। ଗାଡି ର ଫିଟନେସ ପ୍ରାୟ 11 ବର୍ଷ ରୁ ଉର୍ଦ୍ଧ ହେବ ସରିଯାଇଛି। ସେହି କୃଷି ଉଦ୍ୟାନ କାର୍ଯ୍ୟାଳୟ ରେ ଅନ୍ୟ ଏକ ନୂଆ ବୋଲେରୋ ଚାରି ଚକିଆ ଯାନ ଗାଡି ନମ୍ୱର୍ ଓଡି 22 ଏସ 9223 ଛିଡା ହୋଇ ରହିଛି। ଆମେ ଏ ବାବଦରେ ଅଫିସ୍ ରେ ବୁଝିବାରୁ ସେହି କୃଷି ଉଦ୍ୟାନ କାର୍ଯ୍ୟାଳୟ ର କିରାଣୀ ପ୍ରଭଞ୍ଜନ ସାହୁ ଙ୍କ ଗାଡ଼ି ବୋଲି ଜଣା ପଡିଲା। ଏହି ଗାଡ଼ି ଟି ଅଫିସ୍ ସମ୍ମୁଖରେ ରହୁଛି ଓ ଏହି ନୂଆ ବୋଲେରୋ ଗାଡ଼ି ରେ ସହାୟକ ଉଦ୍ୟାନ କୃଷି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମଲ୍ଲିକ ଯିବା ଆସିବା ପାଇଁ ଲୋକ ମାନେ ଦେଖିଛନ୍ତି ଓ ଅଭିଯୋଗ କରୁଛନ୍ତି ।
ସୂଚନା ଅନୁଯାୟୀ ପ୍ରଭଞ୍ଜନ ସାହୁ କୃଷି ଉଦ୍ୟାନ କାର୍ଯ୍ୟାଳୟ ରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି କିନ୍ତୁ ସେ ତାଙ୍କର ବୋଲେରୋ ଗାଡ଼ି ଭଡ଼ା ରେ ଅଫିସ୍ କୁ ଦେଇ, ଅଚଳ ଅବସ୍ଥାରେ ପଡ଼ି ରହିଥିବା ଅଫିସ୍ ଗାଡ଼ି ନାଁ ରେ ବିଲ୍ ଉଠାଉଛନ୍ତି ବୋଲି ଲୋକ ମାନେ କହୁଛନ୍ତି। ଆମେ ଏ ବାବଦରେ ସହାୟକ ଉଦ୍ୟାନ କୃଷି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମଲ୍ଲିକ କୁ ପଚାରିବାରୁ ସେ କହିଥିଲେ ସରକାର ଗାଡ଼ି ଚଳାଇବା ପାଇଁ ଆମକୁ ମାସକୁ 1800 ଟଙ୍କା ଦେଉଛନ୍ତି, ଆମେ ସେତିକି ରେ ଯାହା ହେଉଛି ଆମେ କରୁଛୁ। ତେବେ କଣ ରହିଛି ସତ୍ୟା ସତ୍ୟ ସରକାର ଏହାର ସଠିକ୍ ତଦନ୍ତ କଲେ ଜଣା ପଡ଼ିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ