ସାମୁହିକ ଇସ୍ତପା ଦେଲେ ୧୧ ବୋର୍ଡ ସଭ୍ୟ: ରଦ୍ଦ ହେଲା ସଭାପତିଙ୍କ ପଦବୀ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) – କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତ ଧନୀତ୍ରି ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ମଲ୍ଲଙ୍କ ମନମୁଖୀ ଏବଂ ବେଆଇନି କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିବା ସହିତ ୧୫ ଜଣଙ୍କ ମଧ୍ୟରୁ ୧୧ ଜଣ ବୋର୍ଡ଼ ମେମ୍ବର ସମବାୟ ସମିତି ପୁରୀ ଜିଲ୍ଲା  ଉପ ନିବନ୍ଧକ, ସହକାରୀ ନିବନ୍ଧକ କାର୍ଯ୍ୟଳୟରେ ସାମୁହିକ ଭାବେ ଇସ୍ତପା ଦେବା ସହ ସଭାପତିଙ୍କ ପଦବୀ ରଦ୍ଦ ହୋଇଥିବା ସୁଚନା ମିଳିଛି। ଅଭିଯୋଗ ଅନୁଯାୟୀ ଧନିତ୍ରୀ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ମଲ୍ଲ ମନମୁଖୀ ସମିତିରେ ମାସକୁ ଥରେ ପରିଚାଳନା ପରିଷଦ ବୈଠକ ହେବା କଥା କିନ୍ତୁ ବହିରେ ଦସ୍ତଖତ କରାଯାଇ ବୈଠକ ନହୋଇ କାର୍ଯ୍ୟ କରାଯାଏ । ସମିତିରେ ବାର୍ଷିକ ସାଧାରଣ ସଭା ବର୍ଷକୁ ଥରେ ହେବା କଥା କିନ୍ତୁ ବହିଷ୍କୃତ ସମ୍ପାଦକ ଶ୍ରୀ ବିଷ୍ଣୁଚରଣ ବେହୁରାଙ୍କ ସମୟରେ ସାଧାରଣ ବୈଠକ ନହୋଇ ସଭା କାର୍ଯ୍ୟ କରାଯାଇଅଛି । ସମିତିର ଋଣ ଲଗାଣ ସମୟରେ ପରିଚାଳନା ପରିଷଦଙ୍କ ଅଗୋଚରରେ ସଭାପତି ଏବଂ ସମ୍ପାଦକଙ୍କର ଆତ୍ମୀୟ ମାନଙ୍କୁ ଋଣ ଲଗାଣ କରାଯାଇଅଛି। ସମିତିର ହେଉଥୁବା ଧାନ କିଣା ପରିଚାଳନା ପରିଷଦ ଅଗୋଚରରେ କରାଯାଉଅଛି କାରଣ ସଭାପତି ଏବଂ ସମ୍ପାଦକ ଜାଲେ କାଗଜ ପତ୍ର ଦେଇ ଲକ୍ଷ ଲକ୍ଷ ସବସିଡି ଟଙ୍କା ହଡପ କରିଅଛନ୍ତି । ଯାହା ଫଳରେ କି ନିରୀହ ଚାଷୀ ଧାନ ଦେବାରୁ ବଞ୍ଚିତ ହୋଇଛନ୍ତି । ସଭାପତି ଙ୍କର ଏଭଳି ବେଆଇନ କାର୍ଯ୍ୟ ପାଇଁ ସମିତିର ପରିଚାଳନା ପରିଷଦରେ ରହିବାକୁ ଇଚ୍ଛାପ୍ରକାଶ ନକରି ସ୍ବଇଛାରେ ସମସ୍ତ ବୋର୍ଡ଼ ମେମ୍ବର ଇସ୍ଥପା ପତ୍ର ଦାଖଲ କରିଛନ୍ତି ସଭ୍ୟ ଦୁର୍ଯ୍ୟଧନ ଭୂୟାଁ, ଶଙ୍କର ବେହେରା, ହଟ କିଶୋର ସ୍ବାଇଁ, ମଧୁସୂଦନ ବାଉତ, କେଳୁ ପାତ୍ର, ସଂଜୟ ବାରିକ, କୁମର କାଣ୍ଡି, ବାଉରିବନ୍ଧୁ ପଣ୍ଡା, ବ୍ରହ୍ମାନନ୍ଦ ବେଉରା, ଲକ୍ଷ୍ମୀଧର ମିର୍କାପ ଓ ଟୁନିଲତା ଜେନା। ଯାହା ଫଳରେ ସମିତି ବୋର୍ଡ଼ ଭାଙ୍ଗିବା ସହିତ ସଭାପତି ଅକ୍ଷୟ ମଲ୍ଲଙ୍କ ପଦବୀ ରଦ୍ଦ ହୋଇଥିବା ନେଇ ସୁଚନା ମିଳିଛି । ସମସ୍ତ ୧୧ ଜଣ ବୋର୍ଡ ସଭ୍ୟ ମାନେ ଅଭିଯୋଗ ସହ ଇସ୍ତପା ପତ୍ର ମାନ୍ୟବର ସମବାୟ ମନ୍ତ୍ରୀ,ଓଡିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ଭୁବନେଶ୍ବର,ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ୱିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ, ପୁରୀ ଜିଲ୍ଲାପାଳ ପୁରୀ, ନିବନ୍ଧକ ସମବାୟ ସମିତି ସମୂହ, ଓଡିଶା, ଭୁବନେଶ୍ବର, ସମବାୟ ବିଭାଗ କମିଶନର ମହୋଦୟଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରିଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ