୧୧ ସିଆରସିସିଙ୍କୁ ଦିଆଗଲା ନିଯୁକ୍ତି

ହାଟଡିହି, (ଓ୍ବାଇଏନଏସ) : ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ତଦାରଖ ଏବଂ ଶିକ୍ଷକମାନଙ୍କୁ ଶୈକ୍ଷିକ ପରାମର୍ଶ ଦେବା ପାଇଁ ପ୍ରତି କ୍ଳଷ୍ଟର ମାନଙ୍କରେ ଜଣେ ଲେଖାଏଁ ସିଆରସିସିଙ୍କୁ ନିଯୁକ୍ତ କରାଯାଏ। ଏହି କ୍ରମରେ ଗତକାଲି ନିଯୁକ୍ତି ପାଇଥିବା ୧୧ଜଣ ସିଆରସିସିଙ୍କୁ ଆଜି କାଉନସିଲିଂ କରାଯାଇ ବିଭିନ୍ନ କ୍ଳଷ୍ଟରରେ ନିଯୁକ୍ତି ଦିଆଯାଇଛି। ସୁମନ୍ତ କୁମାର ନାୟକଙ୍କୁ ମରେଇ ଗାଁ,  ଆକାଶ କୁମାର ସାହୁଙ୍କୁ ମୁଗୁପୂର୍, ଦେବାଶିଷ ସୌଭାଗ୍ୟ ରଞ୍ଜନ ବାରିକଙ୍କୁ ହାଟଡିହି, ନିରଞ୍ଜନ ପଣ୍ଡାଙ୍କୁ ଢେ଼ଙ୍କା, ରାଜେନ୍ଦ୍ର କୁମାର ବଳଙ୍କୁ ସଡଙ୍ଗ, ବିଶ୍ୱଜିତ ରାଉତଙ୍କୁ ବାଲି ଵରେଇ, ବିକାଶ କୁମାର ବାରିକଙ୍କୁ ପଢ଼ିଆରିପଲ୍ଲୀ, ପଙ୍କଜ କୁମାର ରାଉତଙ୍କୁ ରାଇଘାଟି, ଆର୍ତ୍ତତ୍ରାଣ ଜେନାଙ୍କୁ ଆମ୍ବୋ, ଚନ୍ଦନ ଶଙ୍ଖୁଆଙ୍କୁ ବା,  ସତ୍ୟ ନାରାୟଣ ଗିରିଙ୍କୁ ହଦଗଡ କ୍ଳଷ୍ଟର ସିଆରସିସି ଭାବେ  ନିଯୁକ୍ତି ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ