ସଫଳତା ହାସଲ କଲେ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲର ୧୧ଛାତ୍ରୀ
ହାଟଡିହି (ବିକାଶ ବିଶ୍ବାଳ): କଟକ ଇଣ୍ଡୋ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ୯ମ ନେସନାଲ ଓପନ ତାଇକୋଣ୍ଡ ଚାମ୍ପିଅନସିପରେ ହାଟଡିହି ବ୍ଲକ ବେରୁଣପଦି ଠାରେ ଥିବା ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲର ୧୧ଜଣ ଛାତ୍ରୀ ସଫଳତା ହାସଲ କରିଛନ୍ତି। ଛାତ୍ରୀ ଅଭିପିପସା ନାୟକ ସ୍ଵର୍ଣ୍ଣ ପଦକ ହାସଲ କରିଥିବା କରିଥିବା ବେଳେ ଅଂଶିକା ପ୍ରିୟଦର୍ଶିନୀ ପହି ,ସାଇ ପ୍ରତୀକ୍ଷା ରାଉତ, ସୁଦିକ୍ଷା ପଳତା, ଶର୍ମିଷ୍ଠା ଭୂୟାଁ, ସାଇଶ୍ରଦ୍ଧା ରାଉତ, ପ୍ରତ୍ୟୁଷ ଭୂୟାଁ, ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ସାଇ ସମ୍ପୁର୍ଣ୍ଣ ତରେଇ, ସ୍ଥିତିପ୍ରଜ୍ଞା ରାଉତ, ଜି.ଏନ୍. ସୂର୍ଯ୍ୟପ୍ରଂଶବ ରାଉତ, ପ୍ରତ୍ୟୁଷ ରାଉତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଛାତ୍ରୀମାନଙ୍କୁ ପ୍ରଶିକ୍ଷକ ନାଗୀ ବେଶ୍ରାଙ୍କ ମାର୍ଗଦର୍ଶନରେ ତାଲିମ ଦିଆଯାଇଥିଲା ଏବଂ ସ୍କୁଲ କର୍ମଚାରୀମାନେ ସେମାନଙ୍କୁ ସହଯୋଗ କରିଥିଲେ। ଯେଉଁମାନେ ଗ୍ରୀଷ୍ମ ଛୁଟି ସମୟରେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ସେମାନଙ୍କର ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ଏବଂ ଆତ୍ମବିଶ୍ୱାସୀ ଭାବରେ ସୁନିଶ୍ଚିତ କରିଥିଲେ। ଛାତ୍ରୀ ମାନଙ୍କର ଏପରି ସଫଳତା ସ୍କୁଲ ପାଇଁ ଗୌରବ ଆଣିଥିବାରୁ ସ୍କୁଲର ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ ସେଠୀ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କିପରି ଅଧିକରୁ ଅଧିକ ଛାତ୍ରୀ ମାନେ କ୍ରୀଡା କ୍ଷେତ୍ରରେ ସାମିଲ ହେବେ ସେଥିପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।ସ୍କୁଲ ତରଫରୁ ରାଧାକାନ୍ତ ସାହୁ, ସୁଧାଂଶୁ ଶେଖର ଭୂୟାଁ, ବିକାଶ ସିଂ, ଉତ୍ତମ କୁମାର ସାହୁ, ଘନଶ୍ୟାମ ବେହେରା, ରିୟା ଦଳେଇ ପ୍ରମୁଖ ଛାତ୍ରୀ ମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।