ଗାଁରେ ହାତୀପଲ


ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳ ଦେଉଳବେଡ଼ାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କେଦାରନାଥ ପ୍ରସାଦ (୭୯) । ଆଜି ସକାଳ ପ୍ରାୟ ୬ଟା ବେଳେ ସେ ନିଜ ଘର ପାଖରେ କାମ କରୁଥିବା ବେଳେ ହଠାତ୍ ଏକ ହନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ୨୮ ତାରିଖରୁ ୨ଟି ଦନ୍ତାହାତୀ ତଳଚେରର ଗୁରୁଜାଙ୍ଗ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗତକାଲି ଦିନବେଳା ଧର୍ମପୁର ନିକଟସ୍ଥ ଏକ ଜଙ୍ଗଲରେ ହାତୀ ଥିବା ନେଇ ପୁଲିସ୍ ଓ ବନବିଭାଗ ଅଧିକାରୀମାନେ ଖବର ପାଇଥିଲେ। ପରେ ସେମାନେ ସେଠାକୁ ଯାଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ