ସାଉଥ୍କୋ ମିଟର ରିଡର ଶ୍ରମିକ ସଂଘର ବୈଠକ
ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ର ସଭାଗୃହରେ ସାଉଥ୍କୋ ମିଟର ରିଡର ଶ୍ରମିକ ସଂଘର ବୈଠକ ବସିଥିଲା, ଏହି ବୈଠକରେ ଗଂଜାମ,ଗଜପତି,କନ୍ଧମାଳ,ନବରଙ୍ଗପୁର,କୋରାପୁଟ,ରାୟଗାଡ଼ା,ବୌଦ୍ଧ.ମାଲକାନିଗିରି ଇତ୍ୟାଦି ସମସ୍ତ୮ଟି ଜିଲ୍ଲାର ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ୱ ମିଟରରିଡର ଯୋଗ ଦେଇଥିଲେ, ବିଗତ ଅକ୍ଟୋବର ମାସ ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ର ହସ୍ତକ୍ଷେପ ଓ ଆଦେଶରେ ସେହି ସମୟର ଏଓ ଶ୍ରୀ ଜୟରାମ ସାହୁଙ୍କ ଦ୍ୱାରା ଆଲୋଚନା ଏବଂ ପ୍ରତିଶୃତି ଅନୁଯାୟୀ ସେମାନଙ୍କ ର ସର୍ବନିମ୍ନ ମଜୁରୀ ପାଇଁ ୩ମାସ ର ସମୟ ସୀମା ଦିଆଯାଇଥିଲା ଏବଂ ସରକାରଙ୍କ ଶ୍ରମ ବିଭାଗ ସର୍ବନିମ୍ନ ମଜୁରୀ ୨୦୦୭ ନିୟମ ମୁତାବକ କୁଶଳୀ ବୋଲି ଘୋଷଣା କରିଥିଲେ, ଏହି ପ୍ରତିଶୃତି ରକ୍ଷାକରି ସମସ୍ତ ମିଟର ରିଡ଼ର କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଥିଲେ କିନ୍ତୁ ଦେଇଥିବା ୩ ମାସର ସମୟ ସୀମା ସମାପ୍ତ ହୋଇଗଲାଣି ତଥାପି ବାରମ୍ବାର ଅଭିଯୋଗ ଓ ଅନୁରୋଧ ସତ୍ୱେ ଠିକାଦାର କିମ୍ବା ସାଉଥ୍କୋ କର୍ତ୍ତୃପକ୍ଷ ,ମାନୁନାହାନ୍ତି ଯଦି ସେମାନଙ୍କ ର ସର୍ବନିମ୍ନ ମଜୁରୀ ଦାବି କୁ ଉଚ୍ଚପଦସ୍ତ କର୍ମଚାରୀ ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବା ସହିତ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓଲ୍ହାଇବାକୁ ଆଜିର ବୈଠକରେ ନିଷ୍ପତି ନେଇଛନ୍ତି ।