ପଠାଣି ସାମନ୍ତ ଙ୍କ ଗାଁ ନାମକୁ ଇଂରାଜୀରେ କରାଯାଉଛି ବିକୃତ, ସଂଶୋଧନ ପାଇଁ ଦାବୀ କଲେ ସାମାଜିକ କର୍ମୀ

ଭୁବନେଶ୍ୱର- : ବିଶ୍ୱପ୍ରସିଦ୍ଧ ଜ୍ୟୋର୍ତିବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ (ପଠାଣି ସାମନ୍ତ)ଙ୍କ ଜନ୍ମସ୍ଥାନ ହେଉଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗଡ଼ରେ । ଏ ଜନ୍ମସ୍ଥାନକୁ ନେଇ ଅଞ୍ଚଳବାସୀ ବେଶ୍ ଗର୍ବିତ । ପରିତାପର ବିଷୟ ବ୍ରିଟିଶ ଢାଞ୍ଚାରେ ଏପର୍ଯ୍ୟନ୍ତ ଉକ୍ତ ଜିଲ୍ଲା ଓ ଗାଁର ନାମକୁ ଇଂରାଜୀ ଭାଷାରେ ତ୍ରୁଟିପୂର୍ଣ୍ଣ ଭାବେ ଲେଖାଚାଲିଛି । ପିଢୀ ପରେ ପିଢୀ, କେତେ ପିଢୀ ଚାଲିଗଲାଣି । ପରବର୍ତ୍ତୀ ପିଢୀକୁ ଭୁଲ୍‌ରେ ଗାଁର ନାମ ଲେଖିବାକୁ ଶିକ୍ଷା ଦିଆଯାଉଛି । ସରକାରୀ ଓ
ବେସରକାରୀ ସ୍ତରରେ ବି ଏହି ତ୍ରୁଟିପୂର୍ଣ୍ଣ ବନାନ ଏବେ ବି ଲେଖାଚାଲିଛି । ଇଂରାଜୀ ଭାଷାରେ ନୟାଗଡ଼କୁ (Nayagarh) ଅର୍ଥାତ୍ (ନୟାଗର) ଓ ଖଣ୍ଡପଡ଼ା ଗଡ଼କୁ (Khandaparagarh)) (ଖଣ୍ଡପଡ଼ାଗର) ବୋଲି ଲେଖାଚାଲିଛି । ପୂର୍ବରୁ ଆମ ରାଜ୍ୟର ନାମ ଇଂରାଜୀରେ (ଙକ୍ସସଗ୍ଦଗ୍ଦବ) ‘ଓରିଶା’ ବୋଲି ଲେଖି ଚାଲିଥିଲେ ।
ସଂଶୋଧନ ପରେ (Odisha) ‘ଓଡ଼ିଶା’ ବୋଲି ଠିକ୍ କରାଗଲା । ଏଭଳି ତ୍ରୁଟିପୂର୍ଣ୍ଣ ଇଂରାଜୀ ବନାନକୁ ଉଚ୍ଛେଦ କରି ସଠିକ୍ ରୂପେ ଜିଲ୍ଲା ଓ ଗାଁର ନାମକୁ ସଂଶୋଧନ କରାଯାଉ ବୋଲି ସ୍ଥାନୀୟ ସମାଜିକ କର୍ମୀ ତଥା ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସୁଶାନ୍ତ କୁମାର ସାହୁ ଏ ସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ (ଆଇ.ଏ.ଏସ୍‌.) ଓ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ