୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵକପ୍ ଫାଇନାଲ, ପ୍ରଥମେ ବ୍ୟାଟିଂ କରିବ ଭାରତ

ପୋଚେଫ୍ଷ୍ଟ୍ରୁମ୍- ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵକପ୍ ଫାଇନାଲ ମ୍ୟାଚ ଖେଳାଯିବ । ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ ଆରମ୍ଭ କରିବ ଭାରତ । ଭାରତ ସେମିଫାଇନାଲରେ ପାକିସ୍ତାନକୁ ୧୦ ଓ୍ଵିକେଟ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ବାଂଲାଦେଶ ମଧ୍ୟ ଦ୍ଵିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ବର୍ତ୍ତମାନ ଏହି ଦୁଇ ଏସୀୟ ଦଳ ମଧ୍ୟରେ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯିବ। ଚଳିତ ବିଶ୍ଵକପରେ ଭାରତ ଚମତ୍କାର ଫର୍ମରେ ରହିଛି। ଭାରତ ପକ୍ଷରୁ ଦୁଇ ଓପନର ବାଂଲାଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରିଛନ୍ତି। ସେହିପରି ଯଶସ୍ଵୀ ଯୟଶ୍ଵାଲ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛନ୍ତି। ଏହି ବିଶ୍ଵକପରେ ସେ ୫ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ, ଗୋଟିଏ ଶତକ ହାସଲ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ