ବଜାରରେ ସାମ୍ସଙ୍ଗ ଓନିକ୍ସ ସିନେମା ଏଲ୍ଇଡି ସ୍କ୍ରିନ

ନୂଆଦିଲ୍ଲୀ, (ଏଜେନ୍ସି): ସାମ୍ସଙ୍ଗ ଗ୍ରୁପ୍ କମ୍ପାନୀ ହର୍ମନ୍ ସହିତ ଆଜି ବିଶ୍ୱର ସର୍ବବୃହତ୍ ଓନିକ୍ସ ସିନେମା ଏଲ୍ଇଡି ସ୍କ୍ରିନ୍କୁ ବେଙ୍ଗାଲୁରୁ ଠାରେ ଆଇକୋନିକ୍ ସ୍ୱାଗଥ୍ ସିନେମାଜ୍ରେ ଶୁଭାରମ୍ଭ କରିଛି । ବର୍ତ୍ତମାନ ଏହା ସ୍ୱାଗଥ୍ ଅନିକ୍ସ ଥିଏଟର ଭାବେ ଜଣାଯିବ । ଆକାଡେମି ପୁରସ୍କାର ବିଜେତା, ସଙ୍ଗୀତଜ୍ଞ ଓ ଫିଲାନ୍ଥ୍ରୋପିଷ୍ଟ, ଏଆର ରହମାନ୍ ଏହି ନୂଆ ଥିଏଟରକୁ ଉଦ୍ଘାଟନ କରିଛନ୍ତି । ୧୪ ମିଟର ସ୍କ୍ରିନ ସହିତ, ବିଶ୍ୱର ସର୍ବବୃହତ୍ ଓନିକ୍ସ ସିନେମା ଏଲ୍ଇଡ଼ି ସ୍କ୍ରିନ ଫର୍ମାଟ୍, ସ୍ୱାଗତ୍ ଓନିକ୍ସ ଥିଏଟର୍ ଏକ ଶକ୍ତିଶାଳୀ, ଚମକ୍ରାର ଓ ଜୀବନ୍ତ ପରି ଦୃଶ୍ୟ ପ୍ରଦର୍ଶିତ କରିବ । ସାରା ବିଶ୍ୱରେ ସାମ୍ସଙ୍ଗ ଦ୍ୱାରା ସ୍ଥାପିତ ଦୁଇଟି ୧୪ ମିଟର ଓନିକ୍ସ ସିନେମା ଏଲ୍ଇଡି ସ୍କ୍ରିନ୍ ରହିଛି । ଏଥିମଧ୍ୟରୁ ଗୋଟିଏ ମାଲେସିଆ ଓ ଅନ୍ୟଟି ଚାଇନାରେ ରହିଛି । ୬୧୮ ସିଟ୍ ସହିତ ସ୍ୱାଗଥ୍ ଓନିକ୍ସ ଥିଏଟର ବିଶ୍ୱର ସର୍ବବୃହତ୍ ଥିଏଟର । ହର୍ମନ୍ର ଜେବିଏଲ୍ ପ୍ରଫେସନାଲ୍ ସିନେମା ଲାଉଡ଼୍ ସ୍ପିକର ସହିତ ଥିଏଟରର ଆକାଉଷ୍ଟିକ୍କୁ ଉଲ୍ଲେଖନୀୟ ଭାବେ ଅପଗ୍ରେଡ୍ କରାଯାଇଛି । ଓନିକ୍ସ ସ୍କ୍ରିନ୍ ୩ଡି ପ୍ରଯୁଜ୍ୟ ଓ ଏଥିରେ ୬୧୮ଟି ସିଟ୍ ପାଇଁ ଆକ୍ଟିଭ୍ ୩ଡି ଟେକ୍ନୋଲୋଜି ରହିଛି । ଏହି ନୂତନ ଟେକ୍ନୋଲୋଜି ସିନେମା ଉଦ୍ୟୋଗ ପାଇଁ ଏକ ଉଲ୍ଲେଖନୀୟ ବିଷୟ ଯାହାକି ଦଶନ୍ଧି ଦଶନ୍ଧି ଧରି ପ୍ରୋଜେକ୍ଟରଭିତିକ ସିଷ୍ଟମ ଉପରେ ନିର୍ଭରଶୀଳ ରହିଥିଲା । ଏହି ନୂତନ ଓନିକ୍ସ ସିନେମା ଏଲ୍ଇଡି ସ୍କ୍ରିନ୍ରେ ଅନେକଗୁଡ଼ିଏ ସଲ୍ୟୁସନ ଯଥା ଓନିକ୍ସ ଭ୍ୟୁ, ଓନିକ୍ସ ୩ଡି ଓ ଓନିକ୍ସ ସାଉଣ୍ଡ ରହିଛି । ସ୍ୱାଗଥ୍ ଓନିକ୍ସ ଥିଏଟରରେ ସାଉଣ୍ଡ ସିଷ୍ଟମ ଓନିକ୍ସ ସାଉଣ୍ଡ ଏକ ଆକର୍ଷଣୀୟ ସାଉଣ୍ଡ ସ୍ପଷ୍ଟତା ପ୍ରଦାନ କରିଥାଏ । ଏହି ସିଷ୍ଟମରେ ଛଅଟି ଜେବିଏଲ୍ ଏଏମ୍ ୭୩୧୫ ସ୍କ୍ରିନ ଲାଉଡ୍ସ୍ପିକର୍ସ, ଚାରିଟି ଜେବିଏଲ୍ ୯୩୦୦ ସିନେମା ସରାଉଣ୍ଡ ଲାଉଡ୍ସ୍ପିକର୍ସ, ଅଠରଟି ଜେବିଏଲ୍ ୯୩୫୦ ପ୍ଲସ୍ ଚାରିଟି ଜେବିଏଲ୍ ଏସ୍ସିଏସ୍ ୧୨ ହାଇ ଇମ୍ପାକ୍ଟ ସିନେମା ସରାଉଣ୍ଡ ଲାଉଡ୍ ସ୍ପିକର୍ସ, ଛଅଟି ଜେବିଏଲ୍ ଏସି ୨୮/୨୬ ଯାହାକୁ ବାଲ୍କୋନି ଏରିଆ ପାଇଁ ଅଣ୍ଡରଫିଲ୍ ଭାବେ ବ୍ୟବହାର କରାଯାଉଛି । ଏଥିସହ ନଅଟି ଜେବିଏଲ୍ ୫୬୨୮ ଡୁଆଲ୍ ୧୮ ସିନେମା ସବ୍ଉଫର ରହିଛି । ସମଗ୍ର ସିଷ୍ଟମଟି ୩୧ କ୍ରାଉନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ