ଜିପ୍ପୋ ନୂଆ ରେଞ୍ଜ ୱିଣ୍ଡ୍ ପ୍ରୁଫ୍ ଲାଇଟର୍ ଉନ୍ମୋଚିତ

ନୂଆଦିଲ୍ଲୀ, (ଏଜେନ୍ସି): ଜିପ୍ପୋ କମ୍ପାନୀ ପକ୍ଷରୁ ଅନନ୍ୟ ୱିଣ୍ଡ୍ ପ୍ରୁଫ୍୍ ଲାଇଟର୍ର ନୂଆ ରେ୍ଞ୍ଜ ଉନ୍ମୋଚିତ ହୋଇଛି । ୮୭ ବର୍ଷ ଧରି ବଜାରରେ କାରବାର ଜାରି ରଖିଥିବା ଜିପ୍ପୋର ଏହି ନୂଆ ରେଞ୍ଜ୍ର ଲାଇଟର୍କୁ ଗ୍ରାହକ ପସନ୍ଦ କରିବାର ଆଶା ରହିଛି । ଏସବୁ ଗ୍ରାହକଙ୍କ ବ୍ୟକ୍ତିତ୍ୱ ବିକାଶ କରିବାକୁ ସକ୍ଷମ ହେବ । ଏହି ରେଞ୍ଜ୍ ହାଲକା ମ୍ୟାଟେରିଆଲ୍ରେ ନିର୍ମିତ । ବିଭିନ୍ନ ରେଞ୍ଜ୍ର ଆକର୍ଷଣୀୟ ଜିପ୍ପୋ ଲାଇଟର୍ ଗ୍ରାହକ ଅନ୍ଲାଇନ୍ ପ୍ଲାଟଫର୍ମରୁ କ୍ରୟ କରିବା ସହ ଦେଶର ୧୦ ପ୍ରମୁଖ ସହରର ୨୮ଟି ୱିଲିୟମ୍ ପେନ୍ନ ଷ୍ଟୋର ତଥା ୩ଟି ସପ୍-ଇନ୍-ସପ୍ରୁ ମଧ୍ୟ ସହଜରେ କ୍ରୟ କରିପାରିବେ । ଜିପ୍ପୋ ବ୍ରାଣ୍ଡ୍ର ଉତ୍ପାଦଗୁଡିକୁ ବ୍ୟବହାର କରିବା ଅତ୍ୟନ୍ତ ସହଜ । ଏହାର ଗୁଣବତ୍ତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିଛି । ଫଳରେ ଏହା ବିଶ୍ୱର ସାଂସ୍କୃତିକ ବ୍ରାଣ୍ଡ୍ ଭାବେ ନିଜର ଉପସ୍ଥିତି ସୁଦୃଢ଼ କରିଛି । ସମ୍ପ୍ରତି କେବଳ ୟୁନାଇଟେଡ୍ ଷ୍ଟେଟସ୍ରେ ଜିପ୍ପୋ ୱିଣ୍ଡପ୍ରୁଫ୍୍ ଲାଇଟର୍ର ୪ନିୟୁତ ବ୍ୟବହାରକାରୀ ଥିବାବେଳେ ବିଶ୍ୱବ୍ୟାପି ୧୧ଟି ଅଫିସର କ୍ଲବ୍ରେ ଏହାକୁ ବ୍ୟବହାର କରାଯାଉଛି । ଏହି ନୂଆ ରେଞ୍ଜ ମଧ୍ୟରେ ଜିପ୍ପୋ ପକ୍ଷରୁ ଜିପ୍ପୋ ୱାଲ୍ଡ ମ୍ୟାପ୍ ଡିଜାଇନିଂ, ଜିପ୍ପୋ ଆରମୋର୍ କ୍ରିଟିକ୍ କ୍ରସ୍ ଡିଜାଇନିଂ, ଜିପ୍ପୋ ଗିୟରର୍ସ ଏବଂ ଜିପ୍ପୋଷ୍ଟମପଙ୍କ ବେଟେଲ୍ ଆଦି ମଡେଲର ବଜାର ପ୍ରବେଶ କରାଯାଇଛି । ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୧,୫୦୦ ଟଙ୍କା, ୧୧,୫୦୦ ଟଙ୍କା, ୧୧,୫୦୦ ଟଙ୍କା, ୧୧,୫୦୦ ଟଙ୍କା ଏବଂ ୫,୩୦୦ ଟଙ୍କା ରହିଛି । ୧୯୩୨ ଠାରୁ କମ୍ପାନୀ ଗୁଣବତ୍ତା ଉତ୍ପାଦ ପ୍ରସ୍ତୁତିକୁ ପ୍ରମୁଖ ଆଧାର ଭାବେ ଗ୍ରହଣ କରଥିବାବେଳେ ବାର୍ଷିକ ୫୫୦ ନିୟୁତରୁ ଅଧିକ ୱିଣ୍ଡ୍ପ୍ରୁଫ୍ ଲାଇଟର ପ୍ରସ୍ତୁତି କରିବା ସହିତ ବିଶ୍ୱର ୧୮୦ରୁ ଅଧିକ ଦେଶରେ ନିଜର ଉପସ୍ଥିତି ଜାହିର୍ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ