ଥକାପଣ ବା କ୍ଳାନ୍ତି ପ୍ରାୟ ସମସ୍ତଙ୍କୁ ଅନୁଭବ ହୋଇଥାଏ । ଆରାମ କରିବା ଓ ଶୋଇବା ପରେ ଥକାପଣ ଦୂର ହୋଇଥାଏ । କିନ୍ତୁ ଆରାମ କରିବା ଓ ଚାହା ପିଇବା ପରେ ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଏହା ସାଧାରଣ ଥକାପଣ ନୁହେଁ ଏହା କ୍ରୋନିକ ଫଟିଗର ଲକ୍ଷଣ । ଏଥିରେ ଆକ୍ରାନ୍ତ ରୋଗୀ ସବୁବେଳେ ଥକା ଅନୁଭବ କରେ । ଏହାର ପ୍ରଭାବ ମାନସିକ, ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ବିଶୃଙ୍ଖଳିତ ଜୀବନ ଶୈଳୀ, ଅସନ୍ତୁଳିତ ଖାଇବାପିଇବା, ରୋଗକୁ ନଜର ଅନ୍ଦାଜ କରିବା, ଭାଇରାଲ ଇନ୍ଫେକ୍ସନ୍ ଓ ବାୟୋସାଇକୋଲୋଜିର ପ୍ରଭାବ କାରଣରୁ ଏହି ସମସ୍ୟା ହୋଇଥାଏ । ସାଧାରଣତଃ ନିଜ ଜୀବନ ଶୈଳୀରେ ସୁଧାର ଆଣିଲେ, ନିୟମିତ ଭାବେ ବ୍ୟାୟାମ କଲେ, ଡାକ୍ତରଙ୍କ ପରାମର୍ଶ ନେଲେ, ଆରାମ କଲେ ଏହି ସମସ୍ୟା ଭଲ ହୋଇନଥାଏ । କିନ୍ତୁ କ୍ରୋନିକ ଫଟିଗ୍ କିଛି ଗମ୍ଭୀର ରୋଗର ଲକ୍ଷଣ । ସାଧାରଣତଃ ଏହି ଚାରିଟି ରୋଗ କ୍ରୋନିକ୍ ଫଟିଗରୁ ହୋଇଥାଏ । ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ ।ହୃଦ୍ରୋଗ: ଏକ ସର୍ଭେରୁ ଜଣାପଡ଼ିଛି ୭୦ ପ୍ରତିଶତ ହାର୍ଟଆଟାକ୍ ହେବାର କିଛି ଦିନ ପୂର୍ବରୁ ଅସାମାନ୍ୟ ଥକାପଣ ଲାଗିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଅଧିକ ଦେଖାଯାଇଥାଏ । ଏଥିରୁ ବଞ୍ଚିବା ପାଇଁ ହେଲେ ଆପଣଙ୍କୁ ଧୂମପାନ ଓ ଆଲ୍କହଲ୍ରୁ ଦୂରେଇ ରହିବାକୁ ପଡ଼ିବ । ସନ୍ତୁଳିତ ଆହାର ନେବାକୁ ପଡ଼ିବ । ପ୍ରତିଦିନ ବ୍ୟାୟାମ କରନ୍ତୁ । ଓଜନ ଓ କୋଲେଷ୍ଟ୍ରଲ ସହ ସୁଗାରକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ ।ଏହି ସବୁ ଟେଷ୍ଟ କରନ୍ତୁ: କୋଲେଷ୍ଟ୍ରଲ, ବ୍ଲଡପ୍ରେସର, ସୁଗାର ଟେଷ୍ଟ ସହ ଏନଜିଓ ଗ୍ରାମ କରନ୍ତୁ । ଲିପିଡ୍ ପ୍ରୋଫାଇଲ୍, ଇସିଜି, ଟିଏମ୍ଟି ଟେଷ୍ଟ ମଧ୍ୟ କରନ୍ତୁ । ଯଦି ନିଃଶ୍ୱାସ ନେବାରେ ଓ କୋଷ୍ଠକାଠିନ୍ୟ ସମସ୍ୟା ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ସିଟି ସ୍କାନ କିମ୍ବା ଇକୋକାର୍ଡିଓଗ୍ରାମ କରାନ୍ତୁ ।ଲିଭର୍ ସମସ୍ୟା: ଲଗାତର ଥକାପଣ କାରଣରୁ ଲିଭର ଉପରେ ପ୍ରଭାବ ପଡ଼ିଥାଏ । ବ୍ଲକ ଇନ୍ଫ୍ୟୁଜନ୍, କୋକେନ କିମ୍ବା ଡ୍ରଗ୍ ନେଇଥାନ୍ତି ତେବେ ହେପାଟାଇଟସ୍-ସି’ର ଆଶଙ୍କା ହୋଇପାରେ । ଏଥିରେ ରୋଗୀକୁ ହାଲୁକା ଜର, ଭୋକ ନ ଲାଗିବା, ଦେହ ହାତ ବିନ୍ଧା ହେବା ଭଳି ଲକ୍ଷଣ ଦେଖାଯାଏ ।ଏନିମିୟା: ଆଇରନ୍ର ଅଭାବ ବା ଏନିମିଆ କାରଣରୁ ମଧ୍ୟ ସବୁବେଳେ ଥକା ଲାଗେ । ସାଧାରଣତଃ ମହିଳାମାନଙ୍କର ମାସିକ ଧର୍ମ, ଗର୍ଭବତୀ ଥିବା ସମୟରେ ଓ ପିଲାକୁ ସ୍ତନ୍ୟପାନ କରାଉଥିବା ସମୟରେ ଆଇରନର ଅଭାବ ଦେଖାଦେଇଥାଏ । ଏଥିରେ ତ୍ୱଚାର ରଙ୍ଗ ହଳଦିଆ ଦେଖାଯାଇଥାଏ । ଏଥିରେ ସୁଗାର ସ୍ତର ମଧ୍ୟ ବଢ଼ିଯାଏ ।ଏହିସବୁ ଟେଷ୍ଟ କରାନ୍ତୁ: ହିମୋଗ୍ରାମ କରାନ୍ତୁୂ, ଯେଉଁଥିରେ ହିମୋଗ୍ଲୋବିନ ଟଷ୍ଟ, ବ୍ଲଡ କାଉଣ୍ଟ, ପିଟି ଆଇଏନ୍ଆର, ଏପିଟିଟି-ପିଟିଟିକେ, ଏବିଓଆରଏଚ, ସିରମ ଆଇରନ, ଆଇରନ ବାଇଣ୍ଡିଙ୍ଗ୍ କାପାସିଟି ଭଳି ଟେଷ୍ଟ ସାମିଲ ରହିପାରେ ।
ଥାଇରଏଡ୍: ସାଧାରଣତଃ ମଧ୍ୟମ ବୟସରେ ଲୋ-ଥାଇରଏଡ୍ ସମସ୍ୟା ଦେଖାଯାଇଥାଏ । ଏଥିରେ ଥକା ଲାଗିବା ସହ ଓଜନ ବଢ଼ିବା, କୋଷ୍ଠକାଠିନ୍ୟ ତ୍ୱଚାରେ ରୁକ୍ଷପଣ ଓ ଚିଟି ଝଡ଼ିବା ପରି ସମସ୍ୟା ଦେଖାଯାଇଥାଏ ।ଏହି ସବୁ ଟେଷ୍ଟ କରାନ୍ତୁ: ଥାଇରଏଡ ପ୍ରୋଫାଇଲ (ଟି ୩, ଟି୪ ଟିଏସଏଚ), ଥାଇରଏଡ ଆଣ୍ଟିବଡି, ଥାଇରଏଡ ସ୍କାନ କରାନ୍ତୁ ।
