ସିରିଜ୍ ଜିତିଲା ନ୍ୟୁଜିଲାଣ୍ଡ

ଓଭାଲ : ଚୂଡ଼ାନ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି । ଭାରତର ୨୯୭ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୧୭ ଟି ବଲ ବାକିଥାଇ ମ୍ୟାଚ ଜିତିଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜକୁ ୩-୦ ରେ ପୋଛି ନେଇ ଟି-୨୦ ସିରିଜ ପରାଜୟର ପ୍ରତିଶୋଧ ନେଇଛି । ଦଳ ପକ୍ଷରୁ ହେନେରୀ ନିକୋଲାସ ୮୦ ଓ ମାର୍ଟିନ ଗପ୍ଟିଲ ୬୬ ରନ କରିଥିଲେ ।ଏହି ଦୁଇ ବ୍ୟାଟସ୍ ମ୍ୟାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଲୋକେଶ ରାହୁଲଙ୍କ ଆକର୍ଷଣୀୟ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲା । ଟସ ଜିଣି ନ୍ୟୁଜିଲାଣ୍ଡ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ଭାରତୀୟ ଦଳ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଅଧିନାୟକ ବିରାଟ କୋହଲିଙ୍କ ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଅନ୍ୟତମ ଓପନର ପୃଥିବୀ ଶାହା ଓ ଶ୍ରେୟାସ ଆୟାର ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ