ବାଇକ ଚୋରି ଘଟଣାକୁ ୧୨ ଦିନ ବିତିଲା : ଏପର୍ଯ୍ୟନ୍ତ ମିଳିଲାନି ଚୋରିର ସନ୍ଧାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ କେନାଲ ରୋଡସ୍ଥିତ ମଦ ବାର ନିକଟରୁ ଗତ ମାର୍ଚ୍ଚ ୯ରେ ଏକ ବାଇକକୁ କେହି ଦୃବୁର୍ତ୍ତ ଚୋରି କରି ନେଇଥିବା ବେଳେ ଏହା ମଧ୍ୟରେ ୧୨ ଦିନ ବିତି ଯାଇଥିଲେ ମଧ୍ୟ ଚୋରିର କୌଣସି ସନ୍ଧାନ ମିଳି ନଥିବା ଜଣାଯାଇଛି । ପ୍ରକାଶ ଯେ, ମାର୍ଚ୍ଚ ୯ ରାତି ୮ଟା ୫୩ମି. ବେଳେ ନିଳୋକ ଗ୍ରାମର ହିମାଂଶୁ ମହାନ୍ତି ମଦ ବାର ସମ୍ମୁଖରେ ନିଜ ବାଇକଟିକୁ ରଖି ବାର ଭିତରକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖିବା ବେଳକୁ ରଖିଥିବା ସ୍ଥାନରେ ତାଙ୍କ ବାଇକ ନଥିଲା । ଏନେଇ ସେ ଆଖପାଖ ଦୋକାନ ଓ ଉପସ୍ଥିତ ଲୋକଙ୍କୁ ପଚରା ଉଚୁରା କରିବା ସହିତ ବହୁ ଖୋଜା ଖୋଜି କରିଥିଲେ । କିନ୍ତୁ ବାଇକଟିର କୌଣସି ପତ୍ତା ପାଇନଥିଲେ । ଶେଷରେ ସେ ମାର୍ଚ୍ଚ ୧୦ରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ୧୨ ଦିନ ବିତି ଯାଇଥିଲେ ମଧ୍ୟ ଚୋରି ବାଇକର କୌଣସି ସନ୍ଧାନ ମିଳିନଥିବା ଜଣାଯାଇଛି । ଅପରପକ୍ଷେ ମଦ ବାରରେ ସିସିଟିଭି ଲାଗିଥିବା ବେଳେ ବାଇକ ରଖିଥିବା ସ୍ଥାନଟି ସମ୍ପୂର୍ଣ୍ଣ ଭାବରେ ସିସିଟିଭି ଏରିଆରେ ଆସୁଛି । ସିସିଟିଭି ଫୁଟେଜ ଅନୁସାରେ ଜଣେ ଯୁବକ ବାଇକ ପାଖକୁ ଆସି କିଛି ସମୟ ଛିଡା ହେବା ପରେ ବାଇକର ଚାବି ଖୋଲି ନେଇ ଯାଉଥିବାର ଦୃଶ୍ୟ କଏଦ ହୋଇଛି । ସିସିଟିଭିରେ ବାଇକ ଚୋରିର ଫୁଟେଜ ସ୍ପଟ ଭାବରେ କଏଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ