କେନ୍ଦୁଘାଟିରେ ଅଟୋ ଓଲଟି ୧୨ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କେନ୍ଦୁଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ଅଟୋ।ଏଥିରେ 12 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମୋହନା ଥାନା କେନ୍ଦୁଘାଟିରେ ଏକ ଅଟୋ ଘାଟି ରାସ୍ତାରୁ ତଳକୁ ଆସିଥିବା ବେଳେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଅଟୋଟି ଓଲଟି ପଡିଥିଲା. ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇ ମୋହନା ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପରେ ଘରକୁ ଫେରିଛନ୍ତି ବୋଲି ଡ. ରିତେଶ ପାଢ଼ୀ କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ରାସନ ଚାଉଳ ଆଣିବା ପାଇଁ ଟାଙ୍ଗିଲିପଦର ଗାଁରୁ ଅଟୋରେ ପ୍ରାୟ ୧୫ ଜଣ ଗୋବିନ୍ଦପୁର ପଞ୍ଚାୟତକୁ ଯାଉଥିଲେ। କେନ୍ଦୁପଦା ଘାଟିରେ ଭାରସାମ୍ୟ ହରାଇ ଅଟୋ ରାସ୍ତା କଡ଼କୁ ଓଲଟି ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ