ଆପ୍‌ ବିଧାୟକଙ୍କ ସହଯୋଗୀଙ୍କ ଉପରକୁ ଗୁଳିଚାଳନା

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ହିଂସାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମେହରୌଲୀର ଆପ୍‌ ବିଧାୟକ ନରେଶ ଯାଦବଙ୍କ ଜନୈକ ସହଯୋଗୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରାଯାଇଛି । ନିର୍ବାଚନୀ ବିଜୟ ପରେ ନରେଶ ଯାଦବ ଏକ ଶୋଭାଯାତ୍ରାରେ ଫେରୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ନରେଶ ଯାଦବଙ୍କ ଜଣେ ସହଯୋଗୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ନିହତ ଆପ୍‌ କର୍ମୀ ଜଣଙ୍କ ହେଉଛନ୍ତି ଅଶୋକ ମାନ୍‌ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ