ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡା ଜିଲ୍ଲା(ଯୁଗାବ୍ଦ ନ୍ୟୁଜ୍): ଖଡିଆଳ ବ୍ଲକ ବିଛନାପାଲି ଗାଁ ରାଧାକୃଷ୍ନ ପଡାର ମୋତିରାମ ଶବର (୫୪) ଆଜି ସକାଲୁ ନିକଟସ୍ଥ ସୁନ୍ଦର ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଭାଲୁର ସମ୍ମୂଖିନ ହୋଇଥିଲେ । ଭାଲୁଟି ମୋତିରାମ ଶବରଙ୍କୁ ମୁଣ୍ଡରେ, ମୁହଁରେ ଏବଂ ଶରୀରର ବିଭିନ୍ନ ସ୍ଥାନରେ କାମୁଡି ଆଘାତ କରିଛି । ପ୍ରାଣ ବିକଲରେ ସେ ଚିକ୍ରାର କରିବାରୁ ଗାଁ ଲୋକେ ପାଖକୁ ଆସି ଭାଲୁ ପାଖରୁ ମୋତିରାମ ଶବରକୁ ଉଦ୍ଧାର କରି ସ୍ଥାନୀୟ ଖଡିଆଳ ସରକାରୀ ଡାକ୍ତରଖାନାରେ ଭର୍ତ୍ତିକରି ଚିକିତ୍ସା କରାଉଛନ୍ତି । ମୋତିରାମ ଜଣେ ମଜୁରୀଆ ପରିବାରର ଲୋକ । ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ପ୍ରବଳ ରୌଦ୍ର‌୍ୟତାପ କାରଣରୁ ବନ୍ୟପଶୁ ପାଣି ପାଇଁ ଏଭଳି ବାହରକୁ ଚାଲି ଆସୁଥରବା କୁହା ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ