‘ହିରୋ କନେକ୍ଟ’ ଦ୍ୱାରା କନେକ୍ଟିଡ ମୋବିଲିଟିରେ ହିରୋ ମୋଟୋକର୍ପର ପ୍ରବେଶ

ଗ୍ରାହକ କେନ୍ଦ୍ରିତ ପ୍ରାଦ୍ୟୋଗୀକ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପ ଗ୍ରାହକମାନଙ୍କ ପାଇଁ ସ୍ମାର୍ଟ ରାଇଡିଙ୍ଗ ଅନୁଭୁତି ଆଣିବାକୁ ଏକ କ୍ଲାଉଡ ଆଧାରିତ ସମାଧାନ, ‘ହିରୋ କନେକ୍ଟ’ ଆରମ୍ଭ କରିଛନ୍ତି । କନେକ୍ଟିଡ ମୋବିଲିଟିର ନୂତନ ଯୁଗ ପାଇଁ ନ୍ୟୁ-ଏଜ୍ ଆପ, ହିରୋ କନେକ୍ଟ ଏକ୍ସପଲ୍ସ ୨୦୦, ପ୍ଲେଜର+, ପେସନ ଏକ୍ସପ୍ରୋ ଏବଂ ଏଚଏଫ ଡିଲକ୍ସ ସହିତ ଚାରି ମଡେଲରେ ପ୍ରାରମ୍ଭିକ ବ୍ୟବହାର ଯୋଗ୍ୟତା ସହିତ ସମସ୍ତ ସେଗମେଂଟରେ ପ୍ରଦାନ କରାଯିବ । ଜୀବନ୍ତ ଟ୍ରାକିଙ୍ଗ, ପଡିଯିବା ଏଲର୍ଟ, ଟୋ ଆୱେ ଏଲର୍ଟ, ଜିଓ ଫେନ୍ସ ଏଲର୍ଟ, ବେଗ ଏଲର୍ଟ ଆଦି ସୁବିଧା ମାଧ୍ୟମରେ ସୁରକ୍ଷା ଏବଂ ନିରାପତା ପ୍ରଦାନ କରି ଚାଲୁଥିବା ବେଳେ କିମ୍ବା ରହିଥିବା ବେଳେ ହିରୋ କନେକ୍ଟ ନିରାପତା ସୁନିଶ୍ଚିତ କରିଥାଏ । ଏହି ପ୍ରାଦ୍ୟୋଗୀକି ର ଅନ୍ୟ ଏକ ମୁଖ୍ୟ ବିଶେଷତା ହେଲା ଏକ ବର୍ଦ୍ଧିତ ଏବଂ ନିରାପଦ ଅନୁଭୁତି ପାଇଁ ଲଗ ଏବଂ ଟ୍ରିପ ବିଶ୍ଳେଷଣରେ ପହଂଚିବାକୁ ସାହାର୍ଯ୍ୟ କରିବା ପାଇଁ ରାଇଡର ଙ୍କ ବ୍ୟବହାରୀୟ ଶୈଳୀ ଆଧାରିତ ଡ୍ରାଇଭିଙ୍ଗ ଅନ୍ତର୍ଦୃଷ୍ଟି ।  ଟଙ୍କା ୪,୯୯୯/- ର (କର ଅନ୍ତର୍ଭୁକ୍ତ) ପ୍ରବେଶକ ମୂଲ୍ୟରେ ଲଂଚ କରାଯାଇଥିବା ହିରୋ କନେକ୍ଟ ନୋଇଡା, ଦିଲ୍ଲୀ ଏବଂ ପୁନେ ର ବଛା ବଛା ଡିଲର୍ସିପରେ ଏକ ବର୍ଷର ସଦସ୍ୟତା ସହିତ ଉପଲବ୍ଧ ଅଟେ । ପର୍ଯ୍ୟାୟ କ୍ରମେ ଏହି ଉଦ୍ୟୋଗୀକିକୁ ଅଧିକ ମଡେଲରେ ଏବଂ ଅନ୍ୟାନ୍ୟ ସିଟିକୁ ସମ୍ପ୍ରସାରିତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ