ରାଜପଥରେ ଓଲଟିଲା ବସ୍ ,୧୫ ଯାତ୍ରୀ ଗୁରୁତର

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଳା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଘରୋଇ ବସ୍ ଜଗା କାଳିଆ ବସ ଓଲଟି ୧୫ ଜଣୁ ଗୁରୁତର ଆହାତ ହୋଇଥିବା ବେଳେ ବସ୍ ତଳେ ୨ ଜଣ ଚାପି ହୋଇ ରହିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ । ମିଳିଥିବା ସୂଚନା ଅନୁଯାୟୀ ଚଳନ୍ତା ବସ୍ ସାମ୍ନାକୁ ହଠାତ୍ ଏକ ଗାଇ ଆସିଯିବାରୁ ଗାଇକୁ ବଂଚାଇବାକୁ ଯାଇ ଏଭଳି ଏକ ଦୂର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି କିଭଳି ୨ ଜଣଙ୍କୁ ଉଦ୍ଧାର କରାଯିବ ସେ ନେଇ ଅପରେସନ ଜାରୀ ରହିଛି । ବସ୍ ତଳେ ଚାପି ରହିଥିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ