ବିଜେପିରେ ସାମିଲ୍‌ ହେଲେ ବାବୁଲାଲ୍‌ ମାରାଣ୍ଡି

ଝାଡଖଣ୍ଡ : ଦୀର୍ଘ ୧୪ ବର୍ଷ ପରେ ଘର ଓ୍ବାପସି କରିଛନ୍ତି ବାବୁଲାଲ ମାରାଣ୍ଡି। ବିଜେପିରେ ସାମିଲ୍‌ ହୋଇଛନ୍ତି ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି। ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ବାବୁଲାଲ୍‌ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍‌ ଶାହା, ଅର୍ଜୁନ ମୁଣ୍ଡା ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ଏବେ ଝାଡଖଣ୍ଡରେ ବିଜେପି ସହିତ ଜେବିଏମ୍‌ରେ ବିଲୟ ଘଟିଛି। ଝାଡଖଣ୍ଡ ବିଧାନସଭାରେ ବିଜେପିର ବିପର୍ଯ୍ୟୟ ପରେ ବାବୁଲାଲଙ୍କୁ ଘରକୁ ଫେରାଇନେବାକୁ ପ୍ରସ୍ତୁତ ଚାଲିଥିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ୍‌ ମାରାଣ୍ଡିଙ୍କୁ ରାଜ୍ୟରେ ବିଜେପି କମାଣ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ରହିଛି। ତେବେ ଏହାକୁ ନେଇ ବାବୁଲାଲ୍‌ କହିଛନ୍ତି ଯେ, କୌଣସି ପଦର ଲାଳସା ରଖି ଦଳରେ ଯୋଗଦେଇନାହିଁ, ବରଂ ଦଳ ପାଇଁ ଝାଡୁ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବାବୁଲାଲ୍‌। ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଚଳିତ ଥର ଜେଏମଏମ୍‌ ବିଜେପିଠାରୁ କ୍ଷମତା ଛଡାଇ ନେଇଛି। ବିଜେପିର ଏପରି ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ବିଜେପି ନିଜର ପୁରୁଣା କମ୍ରେଡ୍‌ ବାବୁଲାଲ୍‌ ମାରାଣ୍ଡିଙ୍କୁ ଦଳରେ ସାମିଲ୍‌ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ