ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ପୋଷ୍ଟ ବଜେଟ୍ ୨୦୨୦ ଆଲୋଚନା ଚକ୍ର

ଭୁବନେଶ୍ୱର,: ଶନିବାର ସନ୍ଧ୍ୟାରେ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର କନଫରେନ୍ସ ହଲ୍‌ରେ ସଭାପତି ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ନିଳାଚଳ ଇସ୍ପାତ ନିଗମ ଲିମିଟେଡ଼ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶଶି ଶେଖର ମହାନ୍ତି, ବରିଷ୍ଠ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ରାଜିବ ଶେଖର ସାହୁ, କିଟ୍ ସ୍କୁଲ୍ ଅଫ ମ୍ୟାନେଜମେଣ୍ଟର ଡ଼ିନ୍ ଡ. ଏସ୍‌.ଏନ୍ ମିଶ୍ର ଆଲୋଚକ ଭାବେ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ କାନୁନ୍‌ଗୋ ତାଙ୍କ ବକ୍ତବ୍ୟରେ ଏ ବର୍ଷର ବଜେଟ ସମ୍ବନ୍ଧୀୟ ତାଙ୍କ ଅଭିଭାଷଣ ମାଧ୍ୟମରେ ଆସନ୍ତା ବର୍ଷର ଜି.ଡି.ପି. ୫ ଠାରୁ କୌଣସି ମତେ ଅଧିକ ହେବ ନାହିଁ ବୋଲି ପୂର୍ବାନୁମାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଏହା ଏକ ସ୍ୱାଗତଯୋଗ୍ୟ ବଜେଟ ଭାବେ ବିବେଚନା କରି କର୍ପୋରେଟ ଟ୍ୟାକ୍ସ, ମାନୁଫାକଚର, ପାୱାର ସେକ୍ଟର ସମ୍ବନ୍ଧୀୟ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଅଭିମତ ପୋଷଣ କରିଥିଲେ । ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବ୍ୟାଙ୍କ ସମ୍ବନ୍ଧୀୟ ପଦକ୍ଷେପକୁ ସ୍ୱାଗତ କରିଥିଲେ । ଡ. ମିଶ୍ର ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଏହି ବଜେଟ ଲୋକାଭିମୁଖୀ ହେବ ଏବଂ ଆସନ୍ତା ବର୍ଷ ଜି.ଡ଼ି.ପି. ୬ରୁ ୬.୫ ମଧ୍ୟରେ ରହିବ ବୋଲି ଦୃଢ ମତପୋଷଣ କରିଥିଲେ । ଏହି ସଭାରେ ୟୁସିସିଆଇର ବରିଷ୍ଠ ଉପସଭାପତି ଏ.କେ. ସାରଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଅତିଥିମାନଙ୍କୁ ୟୁସିଆଇ ତରଫରୁ ଯୁଗ୍ମ କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ମହାନ୍ତି ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଉପସଭାପତି ଶାଶ୍ୱତା ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଅନ୍ୟତମ ଉପସଭାପତି ଦିପକ କୁମାର ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ