ଅନୁପ ସାଏଙ୍କୁ ତିନି ଦିନିଆ ରିମାଣ୍ଡରେ ନେଲା ପୁଲିସ

ଝାରସୁଗୁଡା: କଳ୍ପନା ଦାସ ଓ ଝିଅ ବବଲି ମା ଝିଅକୁ ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନୁପ ସାଏଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି । ୩ ଦିନିଆ ରିମାଣ୍ଡରେ ନେଇ ତାଙ୍କ ଠାରୁ ବହୁ ତଥ୍ୟ ହାସଲ କରିପାରିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ୭ ଦିନିଆ ରିମାଣ୍ଡରେ ନେବାକୁ ପରାମର୍ଶ ଦେଇଥିବା ବେଳେ କୋର୍ଟ ୩ ଦିନ ଜେରା କରିବାକୁ ପୋଲିସକୁ ସମୟ ଦେଇଛନ୍ତି । ରିମାଣ୍ଡ ଅବଧି ଶେଷ ହେବା ପରେ ଫେବ୍ରୁଆରି ୨୨ରେ ଅନୁପ ସାଏଙ୍କୁ କୋର୍ଟରେ ହାଜର କରିବାକୁ ରାୟଗଡ଼ ସିଜେଏମ୍ ଆଦେଶ ଦେଇଛନ୍ତି। ନାର୍କୋ ଟେଷ୍ଟର ନିଷ୍ପତ୍ତି ନେଇ ନାହାନ୍ତି ମାଜିଷ୍ଟ୍ରେଟ । ସେ ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ସପ୍ତାହ ପାଇଁ ଏହା ସ୍ଥଗିତ ରଖିଛନ୍ତି।ସେହିପରି କୋର୍ଟ ଡ୍ରାଇଭରକୁ ମଧ୍ୟ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଖବର ଅନୁୂଯାୟୀ ଗତ ମାସ ରାୟଗଡା ଜିଲ୍ଲା ଅନୁପ ସାଏଙ୍କୁ ବନ୍ଦୀ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା । ତେବେ ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଡ୍ରାଇଭର ଟପ୍ପୋ ଅସ୍ୱିକାର କରିଥିବା ବେଳେ ପୋଲିସ ମଧ୍ୟ ଡ୍ରାଇଭରକୁ ଜେରା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ