ଅଜଣା ଗାଡି ଧକ୍କାରେ ବାଛୁରୀ ଆହତ, ଉଦ୍ଧାର କରିଲେ ଉପାଧ୍ୟକ୍ଷ ଓ ବିଜୁ ଯୁବ ବାହିନୀ

ଦିଗପହଂଣ୍ଡି,(ଯୁଗାବ୍ଦ ନ୍ୟୁଜ) ଦିଗପହଂଣ୍ଡି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଗୁରୁବାର ସକାଳେ ଏକ ବାଛୁରୀ ଦୁର୍ଘଟଣା ରେ ଆହତ ହୋଇ ପଡିରହିଥିବା ଦେଖିବାକୁ ମିଳିଥିଲା। ବୁଧବାର ବିଳମ୍ବିତ ରାତ୍ରିରେ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ସକାଳେ ଏନଏସି ଉପାଧ୍ୟକ୍ଷ ପ୍ରଦୀପ୍ତ ପଟ୍ଟନାୟକ ପ୍ରାଣୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରି ବାଛୁରୀଟିର ଆଶୁ ଚିକିତ୍ସା ନେଇ ହାତ ବଢ଼ାଇଥିଲେ। ତାଙ୍କ ସହିତ କାଉନସିଲର ପ୍ରତିନିଧି ନୀଳକଣ୍ଠ ପଟ୍ଟନାୟକ, ବିଜୁ ଯୁବ ବାହିନୀ ସଭାପତି ସମୀର କାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, କାହ୍ନୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆହତ ବାଛୁରୀର ଉପଯୁକ୍ତ ସେବା କରି ସୁରକ୍ଷିତ ସ୍ଥାନରେ ଛାଡିଥିଲେ । ନିଜ ନିଜ ପୋଷ୍ୟ ପଶୁ ସଂପଦ ମାନଙ୍କର ସୁରକ୍ଷା ନେଇ ରାସ୍ତା ଉପରକୁ ନଛାଡିବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ